ସମର୍ଥକଙ୍କ ପ୍ରତିଜ୍ଞା, ରାହୁଲ ପ୍ରଧାନମନ୍ତ୍ରୀ ନହେବା ଯାଏଁ ଖାଲି ପାଦରେ ଚାଲିବି, ଚାଲିଲେଣି ୪୦୮୦ କିମି

By

Published : Jan 30, 2023, 9:44 PM IST

Updated : Feb 3, 2023, 8:39 PM IST

thumbnail

ଶ୍ରୀନଗର: ଜମ୍ମୁ-କାଶ୍ମୀରରେ ଶେଷ ହୋଇଛି କଂଗ୍ରେସର ଭାରତ ଯୋଡ ଯାତ୍ରା । ଏହି ଯାତ୍ରାରେ ରାହୁଲ ଗାନ୍ଧୀଙ୍କ ସହ ବିଭିନ୍ନ ବର୍ଗର ଲୋକେ ସାମିଲ ହୋଇ ସ୍ନେହ, ପ୍ରେମ ଓ ଭାଇଚାରାର ବାର୍ତ୍ତା ବାଣ୍ଟିଛନ୍ତି  । ସେହି ଶତାଧିକ ପଦଯାତ୍ରୀଙ୍କ ମଧ୍ୟରୁ ଅନ୍ୟମତ ୨୮ ବର୍ଷୀୟ ପଣ୍ଡିତ ଦିନେଶ ଶର୍ମା, ଯିଏକି ବର୍ତ୍ତମାନ ସମୟରେ ଚର୍ଚ୍ଚାର ପରିସରକୁ ଆସିଛନ୍ତି  । ଏହାର କାରଣ ହେଉଛି, ଦିନେଶ ଖାଲି ପାଦରେ ଦୀର୍ଘ ୪,୦୮୦ କିଲୋମଟରର ବିଶାଳ ପଦଯାତ୍ରା ପୁରା କରିଛନ୍ତି ଏବଂ ଯେ ପର୍ଯ୍ୟନ୍ତ ରାହୁଲ ଗାନ୍ଧୀ ଦେଶର ପ୍ରଧାନମନ୍ତ୍ରୀ ନ ହୋଇଛନ୍ତି ସେତେ ପର୍ଯ୍ୟନ୍ତ ଖାଲି ପାଦରେ ସେ ଏହି ସଂଘର୍ଷ ଜାରି ରଖିବେ ବୋଲି କହିଛନ୍ତି ।

ଜମ୍ମୁ-କାଶ୍ମୀରରେ କଂଗ୍ରେସ ଭାରତ ଯୋଡ ଯାତ୍ରାରେ ଶେଷ ଦିନରେ ଦିନେଶଙ୍କୁ ଜାତୀୟ ପତାକା ରଙ୍ଗର ପୋଷାକ ଓ ଗେରୁଆ ରଙ୍ଗର ପଗଡି ସହ ଖାଲି ପାଦରେ ଦେଖିବାକୁ ମିଳିଛି । ଦିନେଶ ଆଇନରେ ସ୍ନାତକ ହାସଲ କରିଛନ୍ତି । ଦୀର୍ଘ ୧୨ ବର୍ଷ ହେଲାଣି ସେ ଖାଲି ପାଦରେ ପଦଯାତ୍ରା କରିଆସୁଛନ୍ତି  । ଏନେଇ ଦିନେଶ କୁହନ୍ତି, ୨୦୧୧ ମସିହାରୁ ଆରମ୍ଭ ହୋଇଥିବା ତାଙ୍କର ଏହି ଯାତ୍ରା ଆଗକୁ ମଧ୍ୟ ଜାରି ରହିବ । ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ନ ହେବା ଯାଏଁ ସେ ଏମିତି ଖାଲି ପାଦରେ ଚାଲିବେ ।''

ତେବେ ପୂର୍ବରୁ ଦିନେଶ ଶର୍ମା କେବେବି ଟିଭିରେ ନଜର ଆସିନାହାନ୍ତି  । ତଥାପି କଂଗ୍ରେସ ନେତା ଓ କର୍ମୀଙ୍କ ମଧ୍ୟରେ ତାଙ୍କର ବେଶ୍ ଲୋକପ୍ରିୟତା ରହିଛି  । ସବୁଠୁ ରୋଚକ କଥା ହେଉଛି, ରାହୁଲ ଗାନ୍ଧୀଙ୍କ ସୁରକ୍ଷା ବଳୟ ମଧ୍ୟରେ ତାଙ୍କୁ ପ୍ରବେଶ କରିବାକୁ ଅନୁମତି ଅଛି । ସେ କୌଣସି ବିଧାୟକ କିମ୍ବା କର୍ପୋରେଟର ନହୋଇଥିବା ସତ୍ତ୍ବେ ରାହୁଲ ଓ ତାଙ୍କର ନିକଟତର ଲୋକମାନେ ଦିନେଶଙ୍କୁ ବ୍ୟକ୍ତିଗତ ଭାବେ ଜାଣନ୍ତି  ।  

ଦିନେଶଙ୍କ ଘର ହରିୟାଣା ଜିନ୍ଦ ଅନ୍ତର୍ଗତ କକରୋଡ ଗାଁରେ । ସେ ଏକ ସମୃଦ୍ଧଶାଳୀ ପରିବାରରୁ ଅଟନ୍ତି ଏବଂ ନିଜର ଯାତ୍ରା ଖର୍ଚ୍ଚ ନିଜେ ବହନ କରୁଛନ୍ତି  । ସେ କହିଛନ୍ତି ଯେ, ପଣ୍ଡିତ ଜବହାରଲାଲ ନେହେରୁ ପ୍ରଥମ ପ୍ରଧାନମନ୍ତ୍ରୀ ହେବାପରେ ଦେଶକୁ ଉଚ୍ଚତମ ସ୍ତରକୁ ନେଇଥିଲେ  । ଇନ୍ଧିରା ଗାନ୍ଧୀ ଓ ରାଜୀବ ଗାନ୍ଧୀ ଦେଶ ପାଇଁ ପ୍ରାଣବଳି ଦେଇଥିଲେ  । ସେହି ପରିବାରର ସନ୍ତାନ ରାହୁଲା ଗାନ୍ଧୀ ଜଣେ ମହାନ ନେତା ଅଟନ୍ତି ଏବଂ ସେ ଦେଶ ପାଇଁ କିଛି କରିବେ ବୋଲି ମୋର ଆଶା ।''

Last Updated : Feb 3, 2023, 8:39 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.