ଜନ୍ମମାଟିରେ ପହଞ୍ଚିଲା ବୀର ଯବାନଙ୍କ ପାର୍ଥିବ ଶରୀର, କାନ୍ଦବୋବାଳିରେ ଫାଟି ପଡୁଛି ଗାଁ

By ETV Bharat Odisha Team

Published : Nov 8, 2023, 6:09 PM IST

thumbnail

ବାଲେଶ୍ୱର: ଗାଁ ମାଟିରେ ପହଞ୍ଚିଲା ଓଡିଆ ଶହୀଦଙ୍କ ପାର୍ଥିବ ଶରୀର । ବାଲେଶ୍ବର ବାହାନଗା ଗୋପାଳପୁର ଅଞ୍ଚଳର ପ୍ରକାଶ ଚନ୍ଦ୍ର ଶିଅଳଙ୍କ ପାର୍ଥିବ ଶରୀର ଗାଁ ମାଟିରେ ପହଁଞ୍ଚିଛି । ମରଶରୀର ଜନ୍ମମାଟିରେ ପହଞ୍ଚିବା ପରେ ସମଗ୍ର ଅଞ୍ଚଳରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି । କାନ୍ଦବୋବାଳି ସହ ଶହୀଦ ଅମର ରହେ, ଭାରତ ମାତା କି ଜୟ ସ୍ଲୋଗାନରେ ଉଛୁଳି ପଡୁଛି ସମଗ୍ର ଅଞ୍ଚଳ । ଶହୀଦଙ୍କ ଶେଷ ଦର୍ଶନ ନିମନ୍ତେ ହଜାର ହଜାର ଲୋକେ ଏକତ୍ରିତ ହୋଇଥିବା ଦେଖିବାକୁ ମିଳିଛି । ଗାଁ ମଶାଣୀରେ ଗାର୍ଡ ଅଫ ଅନର ସହ ତାଙ୍କ ଶହୀଦଙ୍କ ଶେଷକୃତ ସମ୍ପନ୍ନ ହେବ । 

ଏହାମଧ୍ୟ ପଢନ୍ତୁ..Naxal Violence: ଛତିଶଗଡ ମାଓ ଆକ୍ରମଣରେ ଓଡ଼ିଆ ଯବାନ ଶହୀଦ, ନିର୍ବାଚନୀ ଡ୍ୟୁଟି ବେଳେ ଫୁଟିଥିଲା IED

ତେବେ ସୋମବାର ଦିନ ଛତିଶଗଡରେ ନକ୍ସଲ ଆକ୍ରମଣରେ ଓଡିଆ ଯବାନ ପ୍ରକାଶ ଚନ୍ଦ୍ର ଶିଅଳ ଶହୀଦ ହୋଇଥିଲେ । ସେ ସୀମା ସୁରକ୍ଷା ବଳ (BSF)ରେ କାର୍ଯ୍ୟରତ ଥିଲେ । ତାଙ୍କ ଘର ବାଲେଶ୍ବର ବାହାନଗା ବ୍ଲକ ଗୋପାଳପୁର ଗ୍ରାମରେ । ତେବେ ଛତିଶଗଡରେ ନିର୍ବାଚନୀ ସୁରକ୍ଷା ଦାୟିତ୍ବରେ ଥିବା ବେଳେ କାଙ୍କେର ଜିଲ୍ଲାରେ ନକ୍ସଲଙ୍କ ଦ୍ବାରା ହୋଇଥିବା ଆଇଇଡି ବିସ୍ଫୋରଣରେ ସେ ଗୁରୁତର ହୋଇଥିଲେ । ତାଙ୍କୁ ହେଲିକପ୍ଟରରେ ଏୟାରଲିଫ୍ଟ କରାଯାଇ ରାଜଧାନୀ ରାୟପୁରର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା ।

ଇଟିଭି ଭାରତ, ବାଲେଶ୍ବର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.