Watch Video: ମଣିପୁରୀ କଣ୍ଠଶିଳ୍ପୀ ରାନୀ ଶର୍ମା ଗାଇଲେ ରଙ୍ଗବତୀ

By

Published : Jan 21, 2023, 7:20 AM IST

Updated : Feb 3, 2023, 8:39 PM IST

thumbnail

ହାଇଦ୍ରାବାଦ: ମଣିପୁରୀ ସୁନ୍ଦରୀ ଗାଇଲେ ପ୍ରସିଦ୍ଧ ରଙ୍ଗବତୀ ଗୀତ । ଜଣେ ଅଣ ଓଡିଆ ହୋଇ ମଧ୍ୟ ଏହି ଚର୍ଚ୍ଚିତ ସମ୍ବଲପୁରୀ ଗୀତକୁ ବେଶ ସ୍ପଷ୍ଟ ଭାବେ ଗାଇ ଏବେ ଚର୍ଚ୍ଚାରେ ମଣିପୁରୀ ଝିଅ ରାନୀ ଶର୍ମା ।  

ରାନୀ ଶର୍ମା ହେଉଛନ୍ତି ଜାତୀୟସ୍ତରର ଏକ ଘରୋଇ ଟେଲିଭିଜନରେ ଆୟୋଜିତ ହେଉଥିବା ଏକ ସଂଗୀତ ପ୍ରତିଯୋଗୀତାର ପ୍ରତିଯୋଗୀ ଥିଲେ । ସେ ନିଜ ଗୃହ ରାଜ୍ୟ ମଣିପୁରରୁ ଏହି ସଂଗୀତ ପ୍ରତିଯୋଗୀତାରେ ଅଶଂଗ୍ରହଣ କରିଥିଲେ । ବର୍ତ୍ତମାନ ଦେଶର ବିଭିନ୍ନ ସ୍ଥାନକୁ ଯାଇ ମଧ୍ୟ ସେ ସଂଗୀତ ପରିବେଷଣ କରୁଛନ୍ତି । ରାନୀ ଶର୍ମା ମଣିପୁରରେ ଜଣେ ଜଣାଶୁଣା କଣ୍ଠଶିଳ୍ପୀ । ସେ ମଣିପୁରୀ ସମେତ ବିଭିନ୍ନ ଭାଷାରେ ଗୀତ ଗାଉଛନ୍ତି । ହେଲେ ଯେଉଁ ଭଳି ଭାବେ ପ୍ରସିଦ୍ଧ ସମ୍ବଲପୁରୀ ରଙ୍ଗବତୀ ଗୀତକୁ ଗାଇଛନ୍ତି ତାହାକୁ ନେଇ ଏବେ ବେଶ ପ୍ରଂଶସା ମିଳୁଛି ।

ବର୍ତ୍ତମାନ ମଣିପୁର ଗସ୍ତରେ ଅଛି କେନ୍ଦ୍ର  ଆଇନ ଓ ନ୍ୟାୟ ମନ୍ତ୍ରଣାଳୟର ସଂସଦୀୟ କମିଟି । କମିଟିର ସ୍ବାଗତ କାର୍ଯ୍ୟକ୍ରମ ପାଇଁ ଜାତୀୟ ଜଳ ବିଦ୍ୟୁତ ଶକ୍ତି ଉତ୍ପାଦନ କର୍ପୋରେସନ ଦ୍ବାରା ଏକ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଯେଉଁଥିରେ କଣ୍ଠଶିଳ୍ପୀ ରାନୀ ଶର୍ମା ରଙ୍ଗବତୀ ଗୀତ ଗାଇଥିଲେ । ଯାହାର ଭିଡିଓ ସେୟାର କରିଛନ୍ତି ଆଇନ ଓ ନ୍ୟାୟ ମନ୍ତ୍ରଣାଳୟର ସଂସଦୀୟ କମିଟିର ସଦସ୍ୟ ତଥା ବରଗଡ ସାଂସଦ ସୁରେଶ ପୂଜାରୀ । 

ସୁରେଶ ଲେଖିଛନ୍ତି  ମୋର ‘‘ଆଇନ ଓ ନ୍ୟାୟ ବିଭାଗୀୟ ସଂସଦୀୟ କମିଟି’’ ର ମଣିପୁର ଗସ୍ତ ସମୟରେ ଜାତୀୟ ଜଳ ବିଦ୍ୟୁତ ଶକ୍ତି ଉତ୍ପାଦନ କର୍ପୋରେସନ ଦ୍ବାରା ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ‘ଇଣ୍ଡିଏନ ଆଇଡଲ’ର ଜଣେ ପ୍ରତିଯୋଗୀ, ମଣିପୁରୀ ଝିଅ ରାନୀ ଶର୍ମା ସମ୍ବଲପୁରୀ ଗୀତ ‘ରଙ୍ଗବତୀ’ ଗାଇଛନ୍ତି ।

ସୂଚନାଯୋଗ୍ୟ ଯେ ରଙ୍ଗବତୀ ଗୀତ ଓଡିଶା ବିଶେଷ କରି ପଶ୍ଚିମ ଓଡିଶାର ଏକ ଲୋକଗୀତ । ଏହା ପ୍ରଥମେ ଅଲ ଇଣ୍ଡିଆ ରେଡିଓ ପାଇଁ ସତୁରି ଦଶକରେ ରେକର୍ଡ କରାଯାଇଥିଲା । ଗୀତଟି ସର୍ବପ୍ରଥମେ ୧୯୭୮ ମସିହାରେ ସମ୍ବଲପୁର ଅଲ ଇଣ୍ଡିଆ ରେଡିଓରେ ରେକର୍ଡିଂ କରାଯାଇ “ସୁରମାଳିକା” କାର୍ଯ୍ୟକ୍ରମରେ ବେତାର ପ୍ରସାରଣ କରାଯାଇଥିଲା । ମିତ୍ରଭାନୁ ଗଉନ୍ତିଆ ଏହି ଗୀତଟିକୁ ରଚନା କରିଥିଲେ । ପ୍ରଭୁଦତ୍ତ ପ୍ରଧାନ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ । ଜିତେନ୍ଦ୍ରୀୟ ହରିପାଲ ଓ କ୍ରିଷ୍ଣା ପଟେଲ ଏଥିରେ କଣ୍ଠଦାନ କରିଥିଲେ । ପଞ୍ଚବାଦ୍ୟ, ଯଥା ଢୋଲ, ନିଶାନ, ତାସା, ମହୁରି ଓ ଝାଞ୍ଜରେ ସଙ୍ଗୀତକୁ ସଂଯୋଜନା କରାଯାଇଥିଲା ।  

Last Updated : Feb 3, 2023, 8:39 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.