ଅଣସରରେ ମହାପ୍ରଭୁ, ଦର୍ଶନ କରନ୍ତୁ ପ୍ରଭୁ ଅଲାରନାଥଙ୍କ ମଙ୍ଗଳ ଆଳତୀ

By

Published : Jun 13, 2023, 7:14 AM IST

thumbnail

ପୁରୀ: ଦେବସ୍ନାନ ପୂର୍ଣ୍ଣମୀରେ 108 ଗରା ସୁବାସିତ ଗରାରେ ସ୍ନାନ କରିବା ପରେ ଜ୍ବରରେ ପୀଡ଼ିତ ମହାପ୍ରଭୁ । ଅଣସରରେ ଦଇତାପତି ସେବକ ମହାପ୍ରଭୁଙ୍କ ଗୁପ୍ତ ସେବା ଜାରି ରଖିଛନ୍ତି । ଅନବସରର ଆଜି ହେଉଛି ନବମ ଦିନ ।  ଧୀରେଧୀରେ ଜ୍ବରରୁ ସୁସ୍ଥ ହେଉଛନ୍ତି ମହାପ୍ରଭୁ । ଶ୍ରୀଜିଉ ଅଣସର ପିଣ୍ଡିରେ ଥିବାରୁ ଶ୍ରୀମନ୍ଦିରରେ ଭକ୍ତଙ୍କ ଗହଳି ନାହିଁ । ଶ୍ରୀମନ୍ଦିର ପରିବର୍ତ୍ତେ ସକାଳୁସକାଳୁ ପ୍ରଭୁ ଅଲାରନାଥଙ୍କ ମନ୍ଦିରକୁ ଭକ୍ତଙ୍କ ସୁଅ ଛୁଟିଛି । ପ୍ରତିଦିନ ଅଲାରନାଥ ମନ୍ଦିରରେ ଭୋର ସମୟରେ ମଙ୍ଗଳ ଆଳତୀ ହୋଇଥାଏ । ଏହାକୁ ଦେଖିବାକୁ ମନ୍ଦିରରେ ଭକ୍ତଙ୍କ ଗହଳି ହୋଇଥାଏ । ସବୁଦିନ ପରି ଆଜି ମଧ୍ୟ ଅଲାରନାଥଙ୍କ ଦ୍ବାର ଫିଟା ଯାଇଥିଲା । ପରେ ସେବାୟତଙ୍କ ଦ୍ବାରା ମଙ୍ଗଳ ଆଳତୀ ନୀତି ସମ୍ପନ୍ନ ହୋଇଥିଲା । ଆଳତୀ ଦେଖିବାକୁ ସକାଳୁସକାଳୁ ମନ୍ଦିରରେ ଭକ୍ତଙ୍କ ଭିଡ ଜମିଥିଲା । ଅନବସର ଶେଷ ହେବା ପରେ ମହାପ୍ରଭୁଙ୍କ ରଥଯାତ୍ରା ଅନୁଷ୍ଠିତ ହେବ।

ଇଟିଭି ଭାରତ, ପୁରୀ  

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.