ଅଣସରରେ ମହାପ୍ରଭୁ, ଦର୍ଶନ କରନ୍ତୁ ପ୍ରଭୁ ଅଲାରନାଥଙ୍କ ମଙ୍ଗଳ ଆଳତୀ

By

Published : Jun 12, 2023, 6:51 AM IST

thumbnail

ପୁରୀ: ଦେବସ୍ନାନ ପୂର୍ଣ୍ଣମୀରେ 108 ଗରା ସୁବାସିତ ଗରାରେ ସ୍ନାନ କରିବା ପରେ ମହାପ୍ରଭୁ ଜ୍ବରରେ ପୀଡିତ । ଅଣସରରେ ଦଇତାପତି ସେବକ ମାନେ ମହାପ୍ରଭୁଙ୍କ ଗୁପ୍ତ ସେବା ଜାରି ରଖିଛନ୍ତି । ଅନବସରର ଆଜି ହେଉଛି ଅଷ୍ଟମ ଦିନ । ମହାପ୍ରଭୁଙ୍କୁ ଓଷ ଲାଗି ନୀତିର ଆଜି ଶେଷ ଦିନ । ଧିରେ ଧିରେ ଜ୍ବରରୁ ସୁସ୍ଥ ହେଉଛନ୍ତି ମହାପ୍ରଭୁ। ମହାପ୍ରଭୁ ଅଣସରରେ ଥିବାରୁ ଶ୍ରୀମନ୍ଦିରରେ ଭକ୍ତଙ୍କ ଗହଳି ନାହିଁ। ସକାଳୁ ସକାଳୁ ପ୍ରଭୁ ଅଲାରନାଥଙ୍କ ମନ୍ଦିରକୁ ଭକ୍ତଙ୍କ ସୁଅ ଛୁଟିଛି ।  ପ୍ରତିଦିନ ଅଲାରନାଥ ମନ୍ଦିରରେ ଭୋର ସମୟରେ ମଙ୍ଗଳ ଆଳତୀ ହୋଇଥାଏ । ଏହାକୁ ଦେଖିବାକୁ ମନ୍ଦିରରେ ଭକ୍ତଙ୍କ ଗହଳି ହୋଇଥାଏ । ସବୁଦିନ ପରି ଆଜି ମଧ୍ୟ ଅଲାରନାଥଙ୍କ ଦ୍ବାର ଫିଟା ଯାଇଥିଲା । ପରେ ସେବାୟତଙ୍କ ଦ୍ବାରା ମଙ୍ଗଳ ଆଳତୀ ନୀତି ସମ୍ପନ୍ନ ହୋଇଥିଲା । ଆଳତୀ ଦେଖିବାକୁ ସକାଳୁ ସକାଳୁ ମନ୍ଦିରରେ ଭକ୍ତଙ୍କ ଭିଡ ଜମିଥିଲା ।

ଇଟିଭି ଭାରତ, ପୁରୀ 

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.