ପ୍ରଭୁ ପତିତପାବନଙ୍କ ମଙ୍ଗଳ ଆଳତୀ, କରନ୍ତୁ ଦିବ୍ୟ ଦର୍ଶନ

By ETV Bharat Odisha Team

Published : Dec 15, 2023, 6:50 AM IST

Updated : Dec 15, 2023, 7:37 AM IST

thumbnail

ପୁରୀ: ଅନାଥଙ୍କ ନାଥ ଶ୍ରୀ ଜଗନ୍ନାଥ । କୋଟି ଓଡ଼ିଆଙ୍କ ମଉଡ ମଣି କାଳିଆ ଠାକୁର ।  କିଏ ତାକୁ ଚକା ଆଖିଆ ତ ଆଉ କିଏ କଳାସାଆନ୍ତ ବୋଲି ଡାକେ । ପ୍ରତିଦିନ ପ୍ରଭାତରୁ ମହାପ୍ରଭୁଙ୍କ ନିକଟରେ ମଙ୍ଗଳ ଆଳତୀ କରାଯାଇଥାଏ । ଭୋରୁ ଭାବ ବିନୋଦିଆଙ୍କ ଆଳତୀ ଦର୍ଶନ କଲେ ସମସ୍ତ ପାପକ୍ଷୟ ସହ ଦିନ ମଙ୍ଗଳମୟ ହୋଇଥାଏ ବୋଲି ବିଶ୍ବସ ରହିଛି । ସବୁଦିନ ପରି ଆଜି ମଧ୍ୟ ମହାପ୍ରଭୁଙ୍କ ଦ୍ବାର ଫିଟା ନୀତି ପରେ ମଙ୍ଗଳ ଆଳତୀ ନୀତି ସମ୍ପନ୍ନ ହୋଇଛି । ଜଗତର ମଙ୍ଗଳ କାମନା କରି ପ୍ରଭୁ ପତିତପାବନଙ୍କ ନିକଟରେ ମଙ୍ଗଳ ଆଳତୀ କରିଛନ୍ତି ପୂଜାପଣ୍ଡା । ପ୍ରଥମେ ପ୍ରାତଃରୁ ସମସ୍ତ ସେବାୟତ ଓଁ ନମୋଃ ଭଗବତେ ବାସୁଦେବାୟ ମନ୍ତ୍ର ସହ ଶ୍ରୀମନ୍ଦିର ଦ୍ବାର ଫିଟାଇଥିଲେ ।  ପୂଜା ପଣ୍ଡା ହାତରେ ଆଳତୀ ଦୀପ, ଘଣ୍ଟି ସହ ମନ୍ତ୍ରୋଚାରଣ କରି ପତିତପାବନଙ୍କ ଆଳତୀ କରିଛନ୍ତି । ଏହି ଆଳତୀ ଦର୍ଶନ ଅତ୍ୟନ୍ତ ମନମୁଗ୍ଧକର ଅଟେ ।  

ପୁରୀ, ଇଟିଭି ଭାରତ

Last Updated : Dec 15, 2023, 7:37 AM IST

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.