ଟ୍ରେନ ଚଳାଚଳ ସ୍ବାଭାବିକ ପାଇଁ ପ୍ରୟାସ, ହୃଦୟ ଜିଣିଲେ ବାହାନଗାବାସୀ

By

Published : Jun 3, 2023, 9:19 PM IST

thumbnail

ବାଲେଶ୍ଵର: ବାହାନଗା ନିକଟରେ ଶୁକ୍ରବାର ଘଟିଥିବା ଟ୍ରେନ ଦୁର୍ଘଟଣାରେ ୨୮୮ ଜଣ ଯାତ୍ରୀ ପ୍ରାଣ ହରାଇଥିବା ବେଳେ ୯୦୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି । ଏହାରି ଭିତରେ ଦୁର୍ଘଟଣାସ୍ଥଳକୁ ମୁଖ୍ୟମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହ ମେଡିକାଲରେ ଆହତ ମାନଙ୍କୁ ଭେଟିଛନ୍ତି । ଶନିବାର ଦିନ ତମାମ ଉଦ୍ଧାର କାର୍ଯ୍ୟ ଜାରି ରହିଥିଲା । ଅନ୍ୟପଟେ ଏହି ଦୁର୍ଘଟଣା ଘଟିଥିବା ରୁଟ୍‌ରେ ଅନେକ ଟ୍ରେନ ବାତିଲ ହୋଇଥିବା ବେଳେ ସୋରରୁ ଭୁବନେଶ୍ବର ଓ ବାଲେଶ୍ବରରୁ ହାୱଡା ଅଭିମୁଖେ ଟ୍ରେନ ଚଳାଚଳ ହେଉଛି ।

ତେବେ ଏହି ଦୁର୍ଘଟଣାରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ବେଳେ ରେଳ ଲାଇନ ଓ ବିଦ୍ୟୁତ ତାର ଖୁଣ୍ଟ ଭାଙ୍ଗି ଯାଇଛି । ଏପରିକି ରେଳ ଲାଇନ କଟି ଟ୍ରେନ ଭିତରେ ପଶି ଯାଇଥିବା ଦେଖିବାକୁ ମିଳିଛି । ଏହିସବୁ ଭଙ୍ଗାରୁଜା ବିଦ୍ୟୁତ୍‌ ଖୁଣ୍ଟ, ରେଳ ଲାଇନ ସଜାଡ଼ିବା ପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି । ଏଥିପାଇଁ ବଗି ଗୁଡିକୁ ଉଠାଇବା ପାଇଁ ୩ଟି ବୁଲଡୋଜର ଲାଗିଛି । ରେଳ ଚଳାଚଳରେ ସୁଧାର ଆଣିବା ପାଇଁ ଏକ ପ୍ରକାର ତତ୍ପରତା ପ୍ରକାଶ ପାଇଛି । ଅନ୍ୟପଟେ ଦୁଇଦିନ ଧରି ଉଦ୍ଧାର କାର୍ଯ୍ୟରେ ଲାଗିଥିବା ଜରୁରୀକାଳୀନ ସେବା କର୍ମଚାରୀ, ପୋଲିସ କର୍ମଚାରୀ ଓ ସ୍ବେଚ୍ଛାସେବୀମାନଙ୍କ ପାଇଁ ସ୍ଥାନୀୟ ଲୋକମାନେ ଖାଦ୍ୟ, ପାଣି ଓ ମୃଦୁ ପାନୀୟର ବ୍ୟବସ୍ଥା କରିଥିଲେ । ତେବେ ଅନ୍ୟମାନଙ୍କ ଜୀବନ ବଞ୍ଚାଇବାରେ ଯେଉଁମାନେ ଲାଗିଛନ୍ତି, ସେମାନଙ୍କ ପାଇଁ ଏଭଳି ପ୍ରୟାସ କରି ବାହାନଗା ଅଞ୍ଚଳବାସୀ ସମସ୍ତଙ୍କ ହୃଦୟ ଜିତିଛନ୍ତି ।

ଇଟିଭି ଭାରତ, ବାଲେଶ୍ବର

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.