ମୋଦି ମୋଦି ନାରାରେ କମ୍ପିଲା କୋଚି ରାଜରାସ୍ତା, ଦେଖନ୍ତୁ ଭିଡିଓ

By

Published : Apr 24, 2023, 11:03 PM IST

thumbnail

ଥିରୁଅନନ୍ତପୁରମ: ଅଣବିଜେପି ଶାସିତ ରାଜ୍ୟରେ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ଲୋକପ୍ରୟତା କୌଣସି ବିଜେପି ଶାସିତ ରାଜ୍ୟ ଠାରୁ କମ ନୁହେଁ । ଦୀର୍ଘ ବର୍ଷ ଧରି ବାମପନ୍ଥୀ ଶାସନରେ ଥିବା ଓ ଭାରତୀୟ ଜନତା ପାର୍ଟିର ସର୍ବାଧିକ ଦୁର୍ବଳ ସାଙ୍ଗଠନିକ ସ୍ଥିତି ଥିବା କେରଳରେ ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ନେଇ ବେଶ୍ ଉତ୍ସାହ ଦେଖିବାକୁ ମିଳିଛି । ପ୍ରଧାନମନ୍ତ୍ରୀ ଆଜି ରାଜ୍ୟର ଅର୍ଥନୈତିକ ରାଜଧାନୀ କୋଚିରେ ରୋଡ ସୋ କରିଛନ୍ତି । ସମ୍ପୂର୍ଣ୍ଣ ପାରମ୍ପରିକ ଧୋତି କୁର୍ତ୍ତାରେ ନଜର ଆସିଥିଲେ ପ୍ରଧାନମନ୍ତ୍ରୀ । ନିଜ କାରରେ ରୋଡ ସୋ’ କରିବା ପରିବର୍ତ୍ତେ ପାଦରେ ଚାଲି ରୋଡ ସୋ କରିଥିଲେ । ରାସ୍ତାର ଉଭୟ ପାର୍ଶ୍ବରେ ଉପସ୍ଥିତ କେରଳବାସୀ ତାଙ୍କୁ ଭାବ୍ୟ ସମ୍ବର୍ଦ୍ଧନା ଦେଇଥିଲେ । ମୋଦି ମୋଦି ନାରାରେ କୋଚିର ରାଜରାସ୍ତା କମ୍ପିଥିଲା । 2 ଦିନିଆ କେରଳ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜ ଟ୍ବିଟର ହ୍ୟାଣ୍ଡଲରେ ଏହି ଭିଡିଓ ପୋଷ୍ଟ କରିବା ସହ ଏହି ସ୍ବାଗତ ପାଇଁ କେରଳବାସୀଙ୍କୁ ଧନ୍ୟବାଦ ଦେଇଛନ୍ତି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.