ଇଣ୍ଡିଆ ବୁକ ଅଫ ରେକର୍ଡସ୍‌ରେ ସୁଶ୍ରୀ ସୁମନ, ରାମନାମରେ ଆଙ୍କିଥିଲେ ରାମ ଦରବାର ଚିତ୍ର

By

Published : Apr 28, 2023, 5:14 PM IST

thumbnail

କେନ୍ଦୁଝର: ଇଣ୍ଡିଆ ବୁକ ଅଫ୍ ରେକର୍ଡସ୍ ନିଜ ନାଁରେ କଲେ କେନ୍ଦୁଝର ଝିଅ ସୁଶ୍ରୀ ସୁମନ ପତି। ରାମନବମୀ ଉପଲକ୍ଷେ 1 ଲକ୍ଷ 108 ଥର ନାମ ଲେଖି ରାମ ଦରବାର ଚିତ୍ର ଅଙ୍କନ କରିଥିଲେ ।  ୨୮ ଇଞ୍ଚ ଓସାର ଏବଂ ୩୪ ଇଞ୍ଚ ଲମ୍ବା ବିଶିଷ୍ଟ ଏକ ଡ୍ରଇଂ ସିଟ୍‌ରେ 1 ଲକ୍ଷ 108 ଥର ରାମ ନାମରେ ରାମ, ଲକ୍ଷ୍ମଣ, ସୀତା ଏବଂ ହନୁମାନଙ୍କ ଚିତ୍ର ଆଙ୍କି ରେକର୍ଡର ଅଧିକାରୀ ହୋଇଛନ୍ତି । ସୁମନ ମାର୍ଚ୍ଚ ୧୪ ତାରିଖରୁ ରାମଙ୍କ ଦରବାରର ଏକ ଚିତ୍ର ତିଆରି ଆରମ୍ଭ କରିଥିଲେ । ପେନ୍‌ ଓ ସ୍କେଚ୍‌ ପେନ ସାହାଯ୍ୟରେ ନିଖୁଣ କଳା କାରିଗରୀ ବଳରେ ଦୀର୍ଘ ୧୪ ଦିନ ପରିଶ୍ରମ କରି ସେ ଏହା ଆଙ୍କିଥିଲେ । ଏହି ଚିତ୍ର ଆଙ୍କିବା ସମୟରେ ମାର୍ଚ୍ଚ ୧୭ ତାରିଖରେ ସେ ଏହି ରେକର୍ଡ ପାଇଁ ଆବେଦନ କରିଥିଲେ ଓ ଯାଞ୍ଚ ପରେ ଏବେ ତାଙ୍କୁ ଇଣ୍ଡିଆ ବୁକ୍ ଅଫ୍‌ ରେକର୍ଡସର ଅଧିକାରୀ ଭାବରେ ଘୋଷଣା ସହ ପଦକ ଓ ସାର୍ଟିଫିକେଟ ପ୍ରଦାନ କରାଯାଇଛି ।

ଇଟିଭି ଭାରତ, କେନ୍ଦୁଝର 

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.