ସମ୍ବଲପୁରରେ ଝାଡଖଣ୍ଡ BJP ମହିଳା ମୋର୍ଚ୍ଚା ଅଧ୍ୟକ୍ଷା, ସଙ୍ଗଠନ ସୁଦୃଢୀକରଣ ପାଇଁ ଦେଲେ ଦିଗ୍‌ଦର୍ଶନ

By

Published : Dec 23, 2022, 7:30 AM IST

Updated : Feb 3, 2023, 8:36 PM IST

thumbnail

ସମ୍ବଲପୁର: ଝାଡଖଣ୍ଡ ବିଜେପି ମହିଳା ମୋର୍ଚ୍ଚାର ଅଧ୍ୟକ୍ଷା ଆରତୀ କୁଜୁର(Jharkhand BJP Mahila Morcha President Aarti Kujur) ଗୁରୁବାର ସମ୍ବଲପୁର ଗସ୍ତ କରିଛନ୍ତି । ସେ ସମ୍ବଲପୁରର ଓଡିଶା ସାଂସ୍କୃତିକ ସମାଜର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏକ ଜିଲ୍ଲା ସ୍ତରୀୟ ପ୍ରବାସ କାର୍ଯ୍ୟକ୍ରମରେ ଯୋଗ ଦେଇ ଜିଲ୍ଲାରେ ବିଜେପି ମହିଳା ମୋର୍ଚ୍ଚାର ସାଙ୍ଗଠନିକ ସ୍ଥିତି ଉପରେ ଆଲୋଚନା କରିଛନ୍ତି । କୁଜୁର ମହିଳା ମୋର୍ଚ୍ଚାର ବରିଷ୍ଠ ସଦସ୍ୟା ଓ କର୍ମୀଙ୍କ ସାଙ୍ଗରେ ବୈଠକ କରିବା ସହିତ ଆଗାମୀ ବିଧାନସଭା ନିର୍ବାଚନ ପୂର୍ବରୁ ଦଳ ତୃଣମୂଳ ସ୍ତରରୁ କିପରି ସୁଦୃଢ଼ ହୋଇପାରିବ ସେନେଇ ମଧ୍ୟ ଆଲୋଚନା କରିଛନ୍ତି । ଏହି ଅବସରରେ ସେ ଆଗାମୀ ଦିନରେ ଜିଲ୍ଲା, ମଣ୍ଡଳ, ଶକ୍ତିକେନ୍ଦ୍ର ଏବଂ ବୁଥ ସ୍ତରରେ ସଙ୍ଗଠନକୁ ମଜବୁତ କରିବା ପାଇଁ ଦିଗଦର୍ଶନ ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ଉଭୟ ରାଜ୍ୟର ସାଂସ୍କୃତିକ ଆଦାନ ପ୍ରଦାନ ଆଗକୁ କିପରି ହୋଇ ପାରିବ ସେନେଇ ଆଲୋଚନା ମଧ୍ୟ ହୋଇଥିଲା । ଇଟିଭି ଭାରତ, ସମ୍ବଲପୁର

Last Updated : Feb 3, 2023, 8:36 PM IST

TAGGED:

Aarti Kujur

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.