ସରିଲା ଗଜଲକ୍ଷ୍ମୀ ପୂଜା, ଆଜି ମେଲାଣି ନେବେ ମା'

By ETV Bharat Odisha Team

Published : Nov 8, 2023, 1:14 PM IST

thumbnail

ଅନୁଗୋଳ: ସରିଛି ଅନୁଗୋଳର ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା ମହୋତ୍ସବ । କୁମାର ପୂର୍ଣ୍ଣିମାଠାରୁ ଚାଲିଥିବା ଗଜଲକ୍ଷ୍ମୀ ପୂଜାର ଆଜି ଭସାଣି ଉତ୍ସବ। ମା ଧନଦାତ୍ରୀଙ୍କୁ ଅନୁଗୋଳ ସହର ମଧ୍ୟରେ କିଏ ଗଜଲକ୍ଷ୍ମୀ, କିଏ ଧନଲକ୍ଷ୍ମୀ କିଏ ଲକ୍ଷ୍ମୀ ନାରାୟଣ କିଏ ପଦ୍ମଳୟା ବେଶରେ ପୂଜା କରିଥିଲେ । ଏନେଇ ପୁରା ସହର ଆଲୋକ ମାଳରେ ଝଲସି ଉଠିଥିଲା । ଆକାଶ ମାର୍ଗରୁ ଅନୁଗୋଳକୁ ଦେଖିଲେ ସତେ ଯେମିତି ଝଲସୁ ଥିଲା ଶିଳ୍ପ ନଗରୀ । ମୀନା ବଜାର ଦୋଳି ସାଙ୍ଗକୁ ଭଳିକି ଭଳି ଦୋକାନ, ଘରକରଣା ଦୋକାନ ସବୁ ପଡ଼ିଥିଲା ଏହି ପୂଜା ବଜାରରେ । ପ୍ରତ୍ୟେକ ଦିନ ଅଧିକାଂଶ ପୂଜା ମଣ୍ଡପରେ ଆୟୋଜିତ ହୋଇଥିଲା ସଂସ୍କୃତିକ କଯ୍ୟକ୍ରମ। ଯାହାର ମଜା ନେଇଥିଲେ ଲୋକେ। ସକାଳ ଠାରୁ ବିଳମ୍ବିତ ରାତି ଯାଏଁ ସହର ସାରା ଲାଗି ରହୁଥିଲା ଲୋକଙ୍କ ଭିଡ଼ । ପୂଜା ବୁଲା ସହ ଘରକରଣା ଜିନିଷ କିଣା  ଓ ଦୋଳି ଖେଳର ମଜା ନେଇଥିଲେ ଜିଲ୍ଲାବାସୀ । ତେବେ ଆଜି ହେବ ମା'ଙ୍କ ଭସାଣି ଉତ୍ସବ ।

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.