ସ୍କ୍ରବ୍ ଟାଇଫସ୍: ‘ଡରିବାର ଆବଶ୍ୟତା ନାହିଁ, ଲକ୍ଷଣ ଦେଖା ଦେଲେ ତୁରନ୍ତ କରନ୍ତୁ ପରୀକ୍ଷା’

By ETV Bharat Odisha Team

Published : Sep 16, 2023, 10:48 PM IST

thumbnail

ଭୁବନେଶ୍ବର: ଡେଙ୍ଗୁ ଓ ସ୍କ୍ରବ୍ ଟାଇଫସକୁ ନେଇ ସଚେତନ କଲେ ଆଇସିଏମ୍ଆର୍ ନିର୍ଦ୍ଦେଶକ ସଂଘମିତ୍ରା ପତି । ଦେହରେ ଜ୍ବର, ଥଣ୍ଡା ଭଳି ଲକ୍ଷଣ ଦେଖାଗଲେ ଡାକ୍ତର ପରାମର୍ଶରେ ତୁରନ୍ତ ନିକଟସ୍ଥ ମେଡିକାଲରେ ରକ୍ତ ପରୀକ୍ଷା କରାନ୍ତୁ । ଡେଙ୍ଗୁର ପିକ୍ ସମୟ ଥିବା ବେଳେ ଏହା ରାଜ୍ୟରେ ବୃଦ୍ଧି ଘଟୁଛି । ଅନ୍ୟପଟେ ସ୍କ୍ରବ ଟାଇଫସ୍ ନୂଆ ରୋଗ ନୁହେଁ । ଏହାକୁ ନେଇ ଭୟଭୀତ ହୁଅନ୍ତୁ ନାହିଁ । 
 

ସ୍କ୍ରବ ଟାଇଫସ ଚିକିତ୍ସା ପଦ୍ଧତି: ସ୍କ୍ରବ ଟାଇଫସ ରୋଗର ଚିକିତ୍ସା ପଦ୍ଧତି ଅତି ସହଜ ।  ଏହାର ପରୀକ୍ଷା ରାଜ୍ୟର ସବୁ ଜିଲ୍ଲା ହସ୍ପିଟାଲରେ ଏଲିସା ପଦ୍ଧତିରେ ହେବାର ବ୍ୟବସ୍ଥା ରହିଛି  । ତେବେ ଏହି ସ୍କ୍ରବ ଟାଇଫସ ରୋଗ ଚିହ୍ନଟ ହେଲେ ଏହାର ତୁରନ୍ତ ଚିକିତ୍ସା କରାଇବା ଆବଶ୍ୟକ ।

ସ୍କ୍ରବ ଟାଇଫସ ଲକ୍ଷଣ: ମୁଖ୍ୟତଃ ଜ୍ଵର, ଆଣ୍ଠୁ ଗଣ୍ଠି ଗୋଳାବିନ୍ଧା, ମୁଣ୍ଡବିନ୍ଧା ହେବା ଏହାର ମୁଖ୍ୟ ଲକ୍ଷଣ । ଆଉ ମଧ୍ୟ ଯେଉଁସ୍ଥାନରେ କୀଟ କାମୁଡିଥାଏ ସେହି ସ୍ଥାନଟିରେ କଳା ରଙ୍ଗର ଦାଗ ହୋଇଯାଇଥାଏ ଓ ସେହି ସ୍ଥାନରେ ସ୍କିନ ଡେଡ ହୋଇଯାଏ । 

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.