Watch: କୂଳ ଖାଉଛି ଅଳକାନନ୍ଦା, ନଦୀଗର୍ଭରେ ଲୀନ ହୋଇଗଲା ଘର

By ETV Bharat Odisha Team

Published : Sep 20, 2023, 10:17 PM IST

thumbnail

ଡେରାଡୁନ: ଦେବଭୂମି ଉତ୍ତରାଖଣ୍ଡରେ କୂଳ ଖାଉଛି ଅକଳାନନ୍ଦା ନଦୀ । ଗତକାଲି (ମଙ୍ଗଳବାର) ଚମୋଲୀରେ ମୃର୍ତ୍ତିକା କ୍ଷୟ କାରଣରୁ ଏକ ଘର ନଦୀଗର୍ଭରେ ଲୀନ ହୋଇଯାଇଛି । କେହି ମୃତାହତ ହୋଇନଥିବା ବେଳେ ଘର ଭୁଶୁଡି ପଡିବାର ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି । ଏପରି ଅଘଟଣ ପାଇଁ ସରକାରୀ ପ୍ରକଳ୍ପକୁ ଦାୟୀ କରିଛନ୍ତି ସ୍ଥାନୀୟ ଲୋକେ । ବଦ୍ରିନାଥ ଧାମରେ ​​ଚାଲିଥିବା ମାଷ୍ଟରପ୍ଲାନ ପ୍ରକଳ୍ପରେ କଣ୍ଟ୍ରାକ୍ଟରଙ୍କ ଅବହେଳା ଓ ନିମ୍ନମାନର କାର୍ଯ୍ୟ ପାଇଁ ଏପରି ହେଉଥିବା ସେମାନେ ଅଭିଯୋଗ କରିଛନ୍ତି । ଅନ୍ୟ ଘର ଗୁଡିକ ମଧ୍ୟ ଦୁର୍ବଳ ଓ ଅସୁରକ୍ଷିତ ଅବସ୍ଥାରେ ଥିବା ଅଭିଯୋଗ କରିବା ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି । 

ଏହା ମଧ୍ୟ ପଢନ୍ତୁ :-ଭଦୋଦରାରେ ଅବତରଣ କଲା ପ୍ରଥମ C-295 ବିମାନ, ସ୍ପେନ ସହ ଚୁକ୍ତି କରିଥିଲା ବାୟୁସେନା

ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସାରେ, ପ୍ରଧାନମନ୍ତ୍ରୀଙ୍କ ଡ୍ରିମ୍ ପ୍ରୋଜେକ୍ଟ ମାଷ୍ଟର ପ୍ଲାନ୍ ଅନୁସାରେ, ଅଳକାନନ୍ଦା ନଦୀକୂଳରେ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ପାଇଁ ଗଛ କାଟି ଦିଆଯାଇଥିବାରୁ ମୃର୍ତ୍ତିକା କ୍ଷୟ ବଢିବାରେ ଲାଗିଛି । ତେଣୁ ଏପରି ସ୍ଥିତି ସୃଷ୍ଟି ହୋଇଛି । ଅଘଟଣ ପରେ ସ୍ଥାନୀୟ ଲୋକେ ଭୟଭୀତ ଅଛନ୍ତି । 

ବ୍ୟରୋ ରିପୋର୍ଟ, ଇଟିଭି ଭାରତ 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.