କୁନୋ ଜାତୀୟ ଉଦ୍ୟାନରୁ ଖୁସି ଖବର, ୪ ଚିତା ଶାବକ ଜନ୍ମ

By

Published : Mar 29, 2023, 4:00 PM IST

thumbnail

ଭୋପାଳ: କୁନୋ ଜାତୀୟ ଉଦ୍ୟାନରୁ ଆସିଲା ଖୁସି ଖବର । ଦକ୍ଷିଣ ଆଫ୍ରିକାରୁ ଆସିଥିବା ୮ ଚିତା ମଧ୍ୟରୁ ଗୋଟିଏ ଚିତା ୪ ଚିତା ଶାବକ ଜନ୍ମ ଦେଇଛି । ୧୭ ସେପ୍ଟେମ୍ବର ୨୦୨୧ ନାମିବ୍ୟାରୁ ୮ଟି ଚିତା ଭାରତକୁ ଆସିଥିଲେ । ସେମାନଙ୍କ ମଧ୍ୟରୁ ୩ ଅଣ୍ଡିରା ଓ ୫ ମାଇ ଚିତା ଥିଲେ । ଚିତା ଶାବକ ଜନ୍ମ ନେଇ କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଭୁପେନ୍ଦ୍ର ଯାଦବ ସୂଚନା ଦେଇଛନ୍ତି । ଚିତା ଶାବକଙ୍କ ଏକ ଭିଡିଓ ଜାରି କରି ଏହି ସୂଚନା ଦେଇଛନ୍ତି । ବର୍ତ୍ତମାନ ଭାରତରେ ଚିତା ସଂଖ୍ୟା ୨୩କୁ ବୃଦ୍ଧି । ପ୍ରକାଶ ଥାଉକି, ଭାରତରେ ଚିତା ବଂଶ ବୃଦ୍ଧି ନେଇ ଦକ୍ଷିଣ ଆଫ୍ରିକାରୁ ଚିତା ଆଣିବାକୁ ଦୁଇ ଦେଶ ମଧ୍ୟରେ ଏକ ରାଜିନାମା ସ୍ବାକ୍ଷରିତ ହୋଇଥିଲା । ରାଜିନାମା ଅନୁସାରେ, ଆଗାମୀ ୮ରୁ ୧୦ ବର୍ଷ ମଧ୍ୟରେ ଦକ୍ଷିଣ ଆଫ୍ରିକା ଭାରତକୁ ବାର୍ଷିକ ୧୨ଟି ଚିତା ପଠାଇବ । ଏନେଇ ଦକ୍ଷିଣ ଆଫ୍ରିକା ପରିବେଶ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଥିଲା । ପ୍ରଥମ ପର୍ଯ୍ୟାୟରେ ନାମିବ୍ୟାରୁ ୮ଟି ଚିତା ଆସିଥିବାବେଳେ ଦ୍ବିତୀୟ ପର୍ଯ୍ୟାୟରେ ୧୨ଟି ଚିତା ଭାରତକୁ ଆସିଥିଲେ । ହେଲେ ସେମାନଙ୍କ ମଧ୍ୟରୁ ଏକ ମାଈ ଚିତା ଶାଶାର ମୃତ୍ୟୁ ଘଟିଛି । ଗତ ଜାନୁଆରୀ ୨୩ ତାରିଖରୁ ଶାଶା ଅସୁସ୍ଥ ଥିଲା । କିଡନୀ ଜନିତ ସମସ୍ୟାରେ ପୀଡିତ ଶାଶାର ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ଘଟିଥିଲା । 

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.