ହରିୟାଣା କୁରୁକ୍ଷେତ୍ରରେ MSP ଦାବିରେ ରାସ୍ତାକୁ ଓହ୍ଲାଇଲେ କୃଷକ, ଦେଖନ୍ତୁ ଭିଡିଓ

By

Published : Jun 12, 2023, 4:58 PM IST

thumbnail

ଚଣ୍ଡିଗଡ: ହରିୟାଣାରେ ପୁଣି ରାସ୍ତାକୁ ଓହ୍ଲାଇଲେ କୃଷକ । ସୂର୍ଯ୍ୟମୁଖୀ ମଞ୍ଜି ପାଇଁ ଏମଏସପିି ଦାବି କରି ସେମାନେ ରାସ୍ତାକୁ ଓହ୍ଲାଇଛନ୍ତି । କୁରୁକ୍ଷେତ୍ରରେ ହଜାର ହଜାର କୃଷକ ସେମାନଙ୍କ ଟ୍ରାକ୍ଟର ସହ ମହାପଞ୍ଚାୟତ ଅଭିମୁଖେ ବାହାରିଛନ୍ତି । କିଛି ସ୍ଥାନରେ ରାସ୍ତା ଅବରୋଧର ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଛି । କୃଷକ ନେତା ରାକେଶ ଟିକାୟତ ଏହି ମହାପଞ୍ଚାୟତର ନେତୃତ୍ବ ନେଉଛନ୍ତି ।

ଗତବର୍ଷ କେନ୍ଦ୍ର ସରକାର ଆଣିଥିବା କୃଷି ଆଇନକୁ ବିରୋଧ କରି କୃଷକମାନେ ରାସ୍ତାକୁ ଓହ୍ଲାଇଥିଲେ । ରାଜଧାନୀ ଦିଲ୍ଲୀ ସମେତ ସମ୍ପୂର୍ଣ୍ଣ ଉତ୍ତର ଭାରତରେ ଏହି ଆନ୍ଦୋଳନର ବ୍ୟାପକ ପ୍ରଭାବ ଦେଖିବାକୁ ମିଳିଥିଲା । ଟ୍ରାକ୍ଟର ମାର୍ଚ୍ଚ ବେଳେ ଲାଲକିଲ୍ଲା ହିଂସା ମଧ୍ୟ ଘଟିଥିଲା । ବାରମ୍ବାର ସରକାରଙ୍କ ସହ ଆଲୋଚନା ପରେ ମଧ୍ୟ କିଛି ସୁଫଳ ମିଳିନଥିଲା । ଏକାଧିକ ବିଚାର ବିମର୍ଶ ପରେ କେନ୍ଦ୍ର ସରକାର ଏହି କୃଷି ଆଇନକୁ ପ୍ରତ୍ୟାହାର କରାଯାଇଥିଲା । ଏବେ ପୁଣି ରାସ୍ତାରେ ଚାଷୀ । ଦେଖନ୍ତୁ ଭିଡିଓ 

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.