ସମ୍ବଲପୁରରେ ହାତୀ ଆତଙ୍କୀ, ପର୍ଯ୍ୟଟକଙ୍କୁ ସଚେତନ କଲା ବନ ବିଭାଗ

By ETV Bharat Odisha Team

Published : Dec 17, 2023, 8:47 AM IST

thumbnail

ସମ୍ବଲପୁର: ସମ୍ବଲପୁରରେ ହାତୀ ଆତଙ୍କୀ । ହୀରାକୁଦ ଜଳଭଣ୍ଡାରର ରାଇଟ ଡ଼ାଇକର ଜିରୋ ପଏଣ୍ଟ ଅଞ୍ଚଳରେ ବୁଲୁଛନ୍ତି 17 ଟିକିଆ ହାତୀପଲ । ଜୋଗୀପାଳି, ଲହଣ୍ଡା ଓଁ ଗୌର ଟିକରା ଅଞ୍ଚଳରେ ହାତୀପଲ ବୁଲା ବୁଲି କରୁଥିବା ସୂଚନା ମିଳିଛି l ଏମାନଙ୍କ ମଧ୍ୟରେ 7ଟି ମାଇ, 7ଟି ଦନ୍ତା ହାତୀ ରହିଥିବା ବେଳେ 3ଟି ଛୁଆ ହାତୀ ରହିଛନ୍ତି । ଉକ୍ତ ଅଞ୍ଚଳକୁ ପର୍ଯ୍ୟଟକମାନେ ପିକନିକ କରୁଥିବା ବେଳେ ହାତୀ ବୁଲାବୁଲି କରୁଥିବା ଖବର ପାଇ ଭୟଭିତ ହୋଇ ପଡିଥିଲେ । ଏନେଇ ଖବର ପାଇ ବନ ବିଭାଗ  ଟିମ ସ୍ଥାନୀୟ ଅଞ୍ଚଳରେ ପହଞ୍ଚି ହାତୀ ଘଉଡାଇଥିଲେ । ପର୍ଯ୍ୟଟକ ମାନଙ୍କୁ ମଧ୍ୟ ବନ ବିଭାଗ ସତର୍କ ଓ ସଚେତନ କରାଉଛି । ବିଭିନ୍ନ ସ୍ଥାନରେ ବନ ବିଭାଗ ସତେତନତା ଉଦ୍ଦେଶ୍ୟରେ ପୋଷ୍ଟର ଲଗାଇବା ଆରମ୍ବ କରିଛି l ଏଥିସହ ସ୍ଥାନୀୟ ଅଞ୍ଚଳରେ ରହିଥିବା ଦୋକାନୀମାନଙ୍କୁ ଅପରାହ୍ନ 4ଟାରେ ଦୋକାନ ବନ୍ଦ କରିବାକୁ କହିଛନ୍ତି । ସୂଚନାଯୋଗ୍ୟ ଯେ, ଏହି ହାତୀପଲ କିଛି ଦିନ ପୂର୍ବରୁ ଚାଁଆଁରପୁର ବଗବିରା ଅଞ୍ଚଳରେ ବୁଲାବୁଲି କରୁଥିବାର ଦେଖିବାକୁ ମିଳିଥିଲା ।  

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.