୭୪ତମ ଗଣତନ୍ତ୍ର ଦିବସ ପାଳନ କଲା ପୂର୍ବତଟ ରେଳବାଇ, ଆକର୍ଷଣ ସାଜିଲା ବାଇକ ସୋ

By

Published : Jan 26, 2023, 4:41 PM IST

Updated : Feb 3, 2023, 8:39 PM IST

thumbnail

ଭୁବନେଶ୍ବର:  ଆଜି ସଧାରଣତନ୍ତ୍ର ବା ଗଣତନ୍ତ୍ର ଦିବସ । 74ତମ ସାଧାରଣତନ୍ତ୍ର ଦିବସ ପାଳୁଛି ସାରା ଦେଶ। ଏହି ଦିବସକୁ ନେଇ ସବୁଠି ଉତ୍ସାହ । ପ୍ରତିଟି ଭାରତୀୟ ଆଜି ଗର୍ବିତ । ତ୍ରିରଙ୍ଗା ରଙ୍ଗରେ ରଙ୍ଗୀନ ହୋଇଛି ଗାଁଠୁ ସହର । ଝଲସୁଛି ସାରା ଦେଶ । ସବୁଠି ଗୁଞ୍ଜରିତ ହେଉଛି ଜାତୀୟ ସଙ୍ଗୀତ। ଏହି ଅବସରରେ ପୂର୍ବ ତଟ ରେଳବାଇ ଷ୍ଟାଡିୟମ୍‌ଠାରେ ୭୪ତମ ଗଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ନୂତନ ଭାବରେ ଯୋଗଦାନ ଦେଇଥିବା ରେଲୱେ ମହାପ୍ରବନ୍ଧକ ମନୋଜ ଶର୍ମା ଜାତୀୟ ପତାକା ଉତ୍ତୋଳନ କରିଛନ୍ତି।  

ଏହି ଅବସରରେ ସ୍କୁଲ ପିଲା ଓ ଭାରତ ସ୍କାଉଟ୍‌ ଓ ଗାଇଡ୍ସମାନଙ୍କ ଦ୍ୱାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯିବା ସହ RPF ର ସଦସ୍ୟ ଙ୍କ ଦ୍ଵାରା ବାଇକ୍ ସୋ ମଧ୍ୟ କରାଯାଇଛି। ଏଥିସହ ସ୍କୁଲ ପିଲା ଓଲି ସହ ଡ୍ୟାନ୍ସ କରିବା ସହ ହକି କୁ ପ୍ରମୋଟ କରାଯାଇଛି। ଯେଉଁମାନେ ଆଜି ଏହି ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଭାଗ ନେଇଥିଲେ ସେମାନଙ୍କୁ ପୁରସ୍କାର ମଧ୍ୟ ପ୍ରଦାନ କରାଯାଇଥିଲା।

ପ୍ରକାଶ ଥାଉକି, ୧୯୪୭ ମସିହା ଅଗଷ୍ଟ ୧୫ ତାରିଖରେ ଦେଶ ବ୍ରିଟିଶ ସରକାର କବଳରୁ ସ୍ବାଧୀନ ହୋଇଥିଲା। କିନ୍ତୁ ଦେଶ ପରିଚାଳନା ପାଇଁ କୌଣସି ସାମ୍ବାଧାନିକ ବ୍ୟବସ୍ଥା ନ ଥିଲା । ଏହାପରେ ବାବା ସାହେବ ଆମ୍ବେଦକରଙ୍କ ନେତୃତ୍ବରେ ଏକ ସମ୍ବିଧାନ ଡ୍ରାଫଟିଂ କମିଟି ଗଠନ କରାଯାଇ ୧୯୪୯ ମସିହା ନଭେମ୍ବର ୨୬ ତାରିଖରେ ବିଶ୍ବର ଦୀର୍ଘତମ ଲିଖିତ ସମ୍ବିଧାନ ଆଗତ କରାଯାଇଥିଲା । ଏହାର ଠିକ୍ ଦୁଇ ବର୍ଷ ପରେ ଅର୍ଥାତ ୧୯୫୦ ମସିହା ଜାନୁଆରୀ ୨୬ରେ ଭାରତ ଏକ ସାର୍ବଭୌମତ୍ବ ଗଣତାନ୍ତ୍ରିକ ରାଷ୍ଟ୍ର ରୂପେ ପରିଗଣିତ ହେବା ସହ ଲିଖିତ ସମ୍ବିଧାନ ବ୍ୟବସ୍ଥାର କାର୍ଯ୍ୟକାରୀ ହୋଇଥିଲା। ଆଉ ଯେଉଁଥିରେ ସମସ୍ତ ନାଗରିକ ଭାରତକୁ ଏକ ସମ୍ପୂର୍ଣ୍ଣ ସମାଜବାଦୀ, ଧର୍ମନିରପେକ୍ଷ, ଆର୍ଥିକ, ବିଶ୍ବାସ, ଧର୍ମ ଓ ଉପାସନାର ସ୍ବାଧୀନତା ଏବଂ ପ୍ରତିଷ୍ଠା, ରାଷ୍ଟ୍ରୀୟ ଅଖଣ୍ଡତା, ଏକତା ପାଇଁ ସଂକଳ୍ପ ନେଇଥିଲେ । ଏହି ଦିନକୁ ସମ୍ମାନ ଜଣାଇ ସାଧାରଣତନ୍ତ୍ର ଦିବସ ବା ଗଣତନ୍ତ୍ର ଦିବସ ପାଳନ କରାଯାଏ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Feb 3, 2023, 8:39 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.