କୁସ୍ତି ନିର୍ବାଚନ ପରେ ଅଯୋଧ୍ୟାରେ ମେଗା ରାଲି, 'କଳା ଦିନ ସମାପ୍ତ ହେଲା' କହିଲେ ବ୍ରିଜଭୂଷଣ

By ETV Bharat Odisha Team

Published : Dec 23, 2023, 7:44 PM IST

thumbnail

Dark days of Indian Wrestling ended: ଲକ୍ଷ୍ନୌ: କୁସ୍ତି ନିର୍ବାଚନ ପରେ ଅଯୋଧ୍ୟାରେ ମେଗା ରାଲି କରିଛନ୍ତି ବ୍ରିଜଭୂଷଣ । 'ଭାରତୀୟ କୁସ୍ତିର କଳା ଦିନ ସମାପ୍ତ ହେଲା' ବୋଲି କହିଛନ୍ତି ସାଂସଦ ବ୍ରିଜ ଭୂଷଣ ସିଂ । ବିଜେପି ସାଂସଦ ତଥା ଭାରତୀୟ କୁସ୍ତି ମହାସଂଘର ପୂର୍ବତନ ଅଧ୍ୟକ୍ଷ ଥିଲେ ବ୍ରିଜ ଭୂଷଣ । ନିକଟରେ ହୋଇଥିବା କୁସ୍ତି ମହାସଂଘ ନିର୍ବାଚନରେ ବ୍ରିଜଭୂଷଣଙ୍କ ସହଯୋଗୀ ସଞ୍ଜୟ ସିଂ ନିର୍ବାଚନ ଜିତିଛନ୍ତି । ଯାହାକୁ ନେଇ ବିଭିନ୍ନ ମହଲରେ ଅସନ୍ତୋଷ ଦେଖାଦେଇଛି । କାରଣ ପୂର୍ବରୁ ବ୍ରିଜ ଭୂଷଣଙ୍କ ନାଁରେ ଅନେକ ଅଭିଯୋଗ ରହିଥିଲା ।

ଏହା ମଧ୍ୟ ପଢନ୍ତୁ...କର୍ତ୍ତବ୍ୟ ପଥ ଫୁଟପାଥରେ ପଦ୍ମଶ୍ରୀ ପୁରସ୍କାର ଛାଡି ଚାଲିଗଲେ ପୁନିଆ

ଏପରିକି ସାକ୍ଷୀ ମଲ୍ଲିକ କୁସ୍ତିରୁ ସନ୍ୟାସ ନେଇଥିବାବେଳେ ବଜରଙ୍ଗ ପୁନିଆ ପଦ୍ମଶ୍ରୀ ଫେରାଇବା ସହ ପ୍ରଧାନମନ୍ତ୍ରୀଙ୍କୁ ନ୍ୟାୟ ପାଇଁ ଚିଠି ଲେଖିଛନ୍ତି । ଅପରପକ୍ଷେ, ନିର୍ବାଚନ ପରେ ନୂଆ ଅଧ୍ୟକ୍ଷ ସଞ୍ଜୟ ସିଂଙ୍କ ବିଜୟ ପାଇଁ ଖୁସି ବ୍ୟକ୍ତ କରିଛନ୍ତି ବ୍ରିଜ ଭୂଷଣ । ସେ କହିଛନ୍ତି, "୧୧ ମାସ ଧରି  ଭାରତୀୟ କୁସ୍ତିର କଳାଦିନ ଚାଲିଥିଲା । ଭଗବାନ ହନୁମାନଙ୍କ ଦୟାର ତାହାର ପରିସମାପ୍ତି ଘଟଛି ।" 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.