World Cup 2023: ଭାରତର ବିଜୟ କାମନା କରି ପୂଜାର୍ଚ୍ଚନା କଲେ କ୍ରିକେଟ ପ୍ରେମୀ

By ETV Bharat Odisha Team

Published : Oct 14, 2023, 12:28 PM IST

thumbnail

ହାଇଦ୍ରାବାଦ: ବିଶ୍ବକପରେ ଆଜି ଭାରତ ପାକିସ୍ତାନ ମ୍ୟାଚକୁ ନେଇ ପ୍ରଶଂସକଙ୍କ ମଧ୍ୟରେ ଉତ୍ସାହ । ଆଜିର ମ୍ୟାଚରେ ଭାରତ ବିଜୟ ହେବ ବୋଲି ପ୍ରତିଟି ଭାରତୀୟ ଆଶା ରଖିଛନ୍ତି । ଭାରତର ବିଜୟ ପାଇଁ ପୂଜାର୍ଚ୍ଚନା କରିଛନ୍ତି କ୍ରିକେଟ ପ୍ରେମୀ । ବିହାରର ପାଟନାରେ କ୍ରୀଡା ପ୍ରେମୀମାନେ ଭାରତୀୟ କ୍ରିକେଟରଙ୍କ ଫଟୋ ଧରି ହୋମ ଯଜ୍ଞ କରିଛନ୍ତି । ସେହିପରି ଉତ୍ତରପ୍ରଦେଶର କାନପୁରରେ ମଧ୍ୟ ହୋମ ଯଜ୍ଞ କରାଯାଇଛି । ଦେଶର କୋଣ ଅନୁକୋଣରେ ଆଜି ପ୍ରତିଟି ଭାରତୀୟ ଭାରତର ବିଜୟ ପାଇଁ କାମନା କରିଛନ୍ତି । ଆଉ ମାତ୍ର କିଛି ସମୟର ଅପେକ୍ଷା । ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଆରମ୍ଭ ହୋଇଯିବ ଭାରତ ଓ ପାକିସ୍ତାନ ମଧ୍ୟରେ ମ୍ୟାଚ । ଟସ୍ ପଡିବା ପୂର୍ବରୁ ଷ୍ଟାଡିୟମରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଆରମ୍ଭ ହେବ । 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.