ଶିଳ୍ପ ଜିଲ୍ଲାର ଲୋକେ ପାଉନାହାନ୍ତି ନିରନ୍ତର ବିଦ୍ୟୁତ ସେବା: କଂଗ୍ରେସ

By

Published : Jun 27, 2023, 9:49 PM IST

thumbnail

ଅନୁଗୋଳ: ଘନ ଘନ ବିଦ୍ୟୁତ କାଟ ଓ ଲୋ ଭୋଲଟେଜକୁ ନେଇ ଅନୁଗୋଳ ଜିଲ୍ଲା କଂଗ୍ରେସ ପକ୍ଷରୁ ପ୍ରତିବାଦ କରାଯାଇଛି। ଏନେଇ ଆଜି ଜିଲ୍ଲା କଂଗ୍ରେସ ସଭାପତି ସଂଗ୍ରାମ ମିଶ୍ରଙ୍କ ନେତୃତ୍ୱରେ ଶତାଧିକ କର୍ମୀ କଂଗ୍ରେସ ଭବନଠାରୁ ଏକ ଶୋଭାଯାତ୍ରାରେ ସ୍ଲୋଗାନ ଦେଇ ସହର ପରିକ୍ରମା କରିଥିଲେ। ଏହାପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ପ୍ରତିବାଦ ସଭା କରିଥିଲେ। ଖରାଦିନେ ପ୍ରବଳ ଗରମ ସମୟରେ କର୍ତ୍ତୃପକ୍ଷ ଅଘୋଷିତ ବିଜୁଳି କାଟ କରୁଥିବାରୁ ଲୋକେ ଅସହ୍ୟ ହୋଇପଡିଛନ୍ତି। 

ତେଣୁ ନିରଵଛିନ୍ନ ବିଦ୍ୟୁତ ଯୋଗାଣ କରିବା, କେବୁଲ ଦ୍ୱାରା ବିଦ୍ୟୁତ ସଂଯୋଗ ଦେବା, ଜିଲ୍ଲାରେ ଥିବା ବୃହତ ଘରୋଇ କାରଖାନା ଗୁଡିକ ସହ ସରକାର ଚୁକ୍ତି କରି ସ୍ଥାନୀୟ ଲୋକଙ୍କୁ ସେହି ସବୁ କାରଖାନାରୁ ବିଦ୍ୟୁତ ଯୋଗାଇ ଦେବା ଆଦି ଦାବି ଗୁଡିକ ଉପସ୍ଥାପନ କରାଯାଇଥିଲା। ଆଗାମୀ ଦିନରେ ଏହି ସବୁ ସମସ୍ୟାର ସମାଧାନ ନହେଲେ ଆହୁରି ବଡ଼ ଧରଣର ଆନ୍ଦୋଳନ କରିବାକୁ କଂଗ୍ରେସ ଚେତାବନୀ ଦେଇଛି। ଶିଳ୍ପ ଜିଲ୍ଲା ଭାବେ ପରିଚିତ ଅନୁଗୋଳ ଜିଲ୍ଲା ସାରା ରାଜ୍ୟ ତଥା ଦେଶକୁ ବିଜୁଳି ଯୋଗାଉଥିବାବେଳେ ସେଠାକାର ଲୋକେ ନିରନ୍ତର ବିଜୁଳି ସୁବିଧା ପାଇ ପାରୁନାହାନ୍ତି କହି ବର୍ଷିଛି କଂଗ୍ରେସ। 

ଇଟିଭି ଭାରତ, ଅନୁଗୋଳ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.