Driver Association Strike: ଆନ୍ଦୋଳନକାରୀଙ୍କୁ ଭେଟିଲେ ସୁର

By

Published : Mar 16, 2023, 9:19 PM IST

thumbnail

ଭୁବନେଶ୍ବର: ତମାଣ୍ଡରେ ଆନ୍ଦୋଳନରତ ଡ୍ରାଇଭରମାନଙ୍କୁ ଭେଟି ସମବେଦନା ଜଣାଇଲେ କଂଗ୍ରେସ ବିଧାୟକ ସୁର ରାଉତରାୟ । ଡ୍ରାଇଭରମାନଙ୍କ ଦାବି ନେଇ କଂଗ୍ରେସ ସଚେତନ ରହିଛି, ଏ କଥାକୁ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଗୃହରେ ଉଠାଇଥିଲେ । ଡ୍ରାଇଭରମାନଙ୍କ ଧର୍ମଘଟ ବିଷୟରେ ବାଚସ୍ପତିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ବୋଲି ସେ କହିଛନ୍ତି ।  

ଆଜି ହଜାରହଜାର ଡ୍ରାଇଭରମାନେ ଷ୍ଟିଅରିଂ ଛାଡ଼ ଆନ୍ଦୋଳନରେ ସାମିଲ ହୋଇଛନ୍ତି । ସାରା ରାଜ୍ୟରୁ ଡ୍ରାଇଭରମାନେ ନିଜର ହକ୍‌ ପାଇଁ ୧୦ ଦଫା ଦାବି ସରକାରଙ୍କ ପାଖରେ ରଖିଛନ୍ତି । ଭୁବନେଶ୍ବରରେ ଜାତୀୟ ରାଜପଥରେ ଆନ୍ଦୋଳନ କରିଛନ୍ତି । ଆଜି ନରସିଂହ ମିଶ୍ର ଡ୍ରାଇଭରମାନଙ୍କ ଦାବିକୁ ବିଧାନସଭାରେ ଉପସ୍ଥାପନ କରିଥିଲେ । ଆପଣମାନଙ୍କ ଦାବି ଯଥାର୍ଥ । ଆମେ ସେ ଦାବିକୁ ସରକାରଙ୍କୁ ଅବଗତ କରାଇବୁ ବୋଲି ଡ୍ରାଇଭରମାନଙ୍କ ଧର୍ମଘଟ ସ୍ଥଳରେ ପହଞ୍ଚି ଡ୍ରାଇଭରମାନଙ୍କୁ ବୁଝାଇଥିଲେ ବିଧାୟକ ସୁର ରାଉତରାୟ ।

ସେପଟେ ଡ୍ରାଇଭର ସଂଘର ଆନ୍ଦୋଳନକୁ ନେଇ ପରିବହନ ମନ୍ତ୍ରୀଙ୍କୁ ଗୃହରେ ବିବୃତ୍ତି ରଖିବାକୁ ନିର୍ଦ୍ଦେଶ ଦେଲେ ବାଚସ୍ପତି । ଘରୋଇ ବସ ମାଲିକ ସଙ୍ଘ ମଧ୍ୟ ଆଜି ସାମ୍ବାଦିକ ସମ୍ମିଳନୀରେ ଚେତାବନୀ ଦେଇଛି ଯଦି ରାସ୍ତାରେ ଅନେକ ଯାନବାହନ ଅଟକି ରହିଛି । ଏହାକୁ ନ ହଟାଇଲେ ତାହେଲେ ସେମାନେ ମଧ୍ୟ ବସ ଚଳାଚଳ ବନ୍ଦ କରିବେ । ପେନସନ, ଦୁର୍ଘଟଣା ଜନିତ ମୃତ୍ୟୁ ହେଲେ ବୀମା, ସୁରକ୍ଷା, ପ୍ରତି ୧୦୦ କିମିରେ ଶୌଚାଳୟ ବ୍ୟବସ୍ଥା ଭଳି ୧୦ ଦଫା ଦାବି କରି ଡ୍ରାଇଭରମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ।  

ଗତକାଲି ପରିବହନ ମନ୍ତ୍ରୀ ଏବଂ ସଚିବଙ୍କ ସହ ଆଲୋଚନା ହୋଇଥିଲା । କୌଣସି ସୁଫଳ ମିଳିନାହିଁ । ମାଟ୍ରିକ ପରୀକ୍ଷା ଚାଲିଥିବାରୁ ଡ୍ରାଇଭରମାନେ କୋହଳ ମନୋଭାବ ଦେଖାଇଛନ୍ତି । ସାରା ରାଜ୍ୟରେ ଡ୍ରାଇଭରମାନଙ୍କର ବିଭିନ୍ନ ସଂଘ ରହିଛି । ଆଗରୁ ଡ୍ରାଇଭରମାନଙ୍କ ଦାବି ନେଇ ଭୁବନେଶ୍ବରରେ ବିଶାଳ ଧର୍ମଘଟ କରାଯାଇଥିଲା । ଅନେକ ସ୍ଥାନରେ ଗାଡି ଚଳାଚଳ ପ୍ରଭାବିତ ହୋଇଛି । ଡ୍ରାଇଭର ଆନ୍ଦୋଳନ ଯୋଗୁଁ ଯାତ୍ରା ବାଧାପ୍ରାପ୍ତ ହୋଇଛି । ସାଧାରଣ ଲୋକେ ହନ୍ତସନ୍ତ ହେଉଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.