କଂଗ୍ରେସ ହାତରୁ ଖସୁଛି ଛତିଶଗଡ଼ ! ବିଜେପି କ୍ୟାମ୍ପ୍‌ରେ ସେଲିବ୍ରେସନ୍‌ ଆରମ୍ଭ

By ETV Bharat Odisha Team

Published : Dec 3, 2023, 1:48 PM IST

thumbnail

ରାୟପୁର: କଂଗ୍ରେସ ହାତରୁ ଛତିଶଗଡ଼ ଖସିବାରେ ଲାଗିଥିବା ମନେ ହେଉଛି । 9ରୁ 10 ରାଉଣ୍ଡ ଭୋଟ ଗଣତି ପରେ ବିଜେପି 53ଟି ଆସନରେ ଆଗୁଆ ରହିଥିବା ବେଳେ 34ଟି ଆସନରେ ଲିଡ୍‌ କରୁଛି କଂଗ୍ରେସ । ଏକ୍‌ଜିଟ୍‌ କଂଗ୍ରେସକୁ ବହୁମତ ଦେଇଥିଲା, ହେଲେ ଏହା ଭୁଲ ପ୍ରମାଣିତ ହୋଇଛି । ଲଗାତାର ଟ୍ରେଣ୍ଡିଂ ରହିବା ପରେ ଏବେ ଏକାଧିକ ବିଜେପି କ୍ୟାମ୍ପରେ ସେଲିବ୍ରେସନ ଆରମ୍ଭ ହୋଇ ଯାଇଛି । ଦଳୀୟ କାର୍ଯ୍ୟାଳୟକୁ ଜଣଙ୍କ ପରେ ଜଣେ ନେତା ପହଞ୍ଚି କର୍ମୀଙ୍କୁ ବଧେଇ ଦେଉଛନ୍ତି । ନାଚ ଗୀତରେ ଆସର ଜମାଇବା ସହ ପରସ୍ପରକୁ ମିଠା ଖୁଆଉଛନ୍ତି କର୍ମୀ । ମୋଦି ମୋଦି ନାରାରେ ଗୁଞ୍ଜି ଉଠୁଛି ପୁରା ପରିବେଶ । ଆହୁରି 10ରୁ ଅଧିକ ରାଉଣ୍ଡ ଗଣତି ବାକି ରହିଛି, କିନ୍ତୁ ବିଜେପି ଛତିଶଗଡ଼ରେ ସରକାର ଗଢ଼ିବ ବୋଲି ମତ ରଖୁଛନ୍ତି ରାଜନୈତିକ ସମୀକ୍ଷକ । ଛତିଶଗଡ଼ରେ ପୁନଃ କଂଗ୍ରେସ ସରକାର ଗଢ଼ିବା ଏକ ପ୍ରକାର ନିଶ୍ଚିତ ବୋଲି କୁହାଯାଉଥିଲା । ତେବେ ଏହା ଭୁଲ ପ୍ରମାଣିତ ହୋଇଛି ।  

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.