ଟ୍ରେନ୍ ଟ୍ରାଜେଡି ଦେବଦୂତଙ୍କୁ ସୋନୁ ସୁଦଙ୍କ ପ୍ରଶଂସା

By

Published : Jun 10, 2023, 8:17 PM IST

thumbnail

ବାଲେଶ୍ଵର: ବାହାନଗା ରେଳ ଦୁର୍ଘଟଣା ଯେତିକି ଭୟଙ୍କର ଥିଲା, ସେତିକି ହୃଦୟ ବିଦାରକ ମଧ୍ୟ । ଦୁର୍ଘଟଣାର ଶିକାର ହୋଇଥିବା ଆହତଙ୍କ ପାଇଁ ଦେବଦୂତ ସାଜିଥିଲେ ଅନେକ ସ୍ବେଚ୍ଛାସେବୀ ସଂଗଠନ । ଦୁର୍ଘଟଣାସ୍ଥଳରୁ ମେଡିକାଲ ଓ ମେଡିକାଲରେ ଲୋକଙ୍କୁ ସେବା ଯୋଗାଇବା ପାଇଁ ବହୁ ସାମାଜିକ ଅନୁଷ୍ଠାନ ନିୟୋଜିତ ଥିଲେ। ସେହିପରି ରେମୁଣା ଅଞ୍ଚଳର ସ୍ୱେଚ୍ଛାସେବୀ ସଂଗଠନ 'ମୁଁ ତୁମର ସାଥି' ମଧ୍ୟ ଉଦ୍ଧାର କାର୍ଯ୍ୟ ଠାରୁ ଆରମ୍ଭ କରି ମେଡିକାଲରେ ଆହତମାନଙ୍କ ଚିକିତ୍ସା ସୁବିଧା କରାଇବାରେ ସମସ୍ତ ପ୍ରକାର ସହାୟତା ଯୋଗାଇଥିଲା । 

ଏଥିପାଇଁ ସଂଗଠନର ସଦସ୍ୟଙ୍କୁ ବଲିଉଡ ଷ୍ଟାର ସୋନୁ ସୁଦ ପ୍ରଶଂସା କରିଛନ୍ତି । କୋଭିଡ ସମୟରେ ସୋନୁ ସୁଦଙ୍କ କାର୍ଯ୍ୟରେ ପ୍ରେରିତ ହୋଇ ରେମୁଣା ଅଞ୍ଚଳର କିଛି ଯୁବଗୋଷ୍ଠୀ ଏକତ୍ର ହୋଇ ଆରମ୍ଭ କରିଥିଲେ 'ମୁଁ ତୁମର ସାଥି' ସଂଗଠନ । ଏଥିପାଇଁ ସେମାନଙ୍କ ଟି ସାର୍ଟରେ ସୋନୁ ସୁଦଙ୍କ ଫଟୋ ଲଗାଇ ତାଙ୍କୁ ଆଦର୍ଶ ବୋଲି ମାନି ସାମାଜିକ କାର୍ଯ୍ୟରେ ନିଜକୁ ନିୟୋଜିତ କରୁଛନ୍ତି । 

ବାହାନଗା ରେଳ ଦୁର୍ଘଟଣା ଦିନ ସଂଗଠନ ପକ୍ଷରୁ 4ଟି ଗାଡି କରାଯାଇ ଆହତ ମାନଙ୍କୁ ଦୁର୍ଘଟଣା ସ୍ଥଳରୁ ମେଡିକାଲ ନିଆଯାଇଥିଲା । ବାଲେଶ୍ଵର ମେଡିକାଲରେ ଏକ ଟିମ ଆହତଙ୍କୁ ବିଭିନ୍ନ ୱାର୍ଡରେ ଭର୍ତ୍ତି କରାଇବା ସହ ସେମାନଙ୍କ ଘର ଲୋକଙ୍କ ସହ ଯୋଗାଯୋଗ କରିବା, ଖାଦ୍ୟ ପାନୀୟ ବ୍ୟବସ୍ଥା କରାଇବା ସହ ସଂଗଠନ ପକ୍ଷରୁ ବସ୍ତ୍ରଦାନ ମଧ୍ୟ କରାଯାଇଥିଲା । ଏଭଳି ଉତ୍ତମ କାର୍ଯ୍ୟ ପାଇଁ ସୋନୁ ସୁଦ ସୋସିଆଲ ମିଡିଆରେ ସଂଗଠନର କର୍ମକର୍ତ୍ତାଙ୍କୁ ପ୍ରଶଂସା କରିଛନ୍ତି । 

ଇଟିଭି ଭାରତ, ବାଲେଶ୍ବର 

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.