ସତ୍ୟବାଦୀରେ ଆମ ଓଡ଼ିଶା ନବୀନ ଓଡ଼ିଶାର କାର୍ଯ୍ୟକୁ ବିଜେପିର ବିରୋଧ, ଜିଲ୍ଲାପାଳଙ୍କୁ ଦାବିପତ୍ର

By ETV Bharat Odisha Team

Published : Nov 10, 2023, 8:42 PM IST

thumbnail

ପୁରୀ: ଆମ ଓଡ଼ିଶା ନବୀନ ଓଡ଼ିଶା ନାମରେ ଚାଲିଥିବା ବେଆଇନ କାର୍ଯ୍ୟକୁ ସତ୍ୟବାଦୀ ବିଜେପି ପକ୍ଷରୁ ବିରୋଧ । ବିଶେଷ କରି ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନାରେ ସରପଞ୍ଚ, ସମିତି ସଭ୍ୟ ଏବଂ ଗ୍ରାମ୍ୟ କମିଟିର ବିନା ଅନୁମୋଦନରେ ପ୍ରକଳ୍ପ ଅନୁମୋଦନକୁ ସତ୍ୟବାଦୀ ବିଜେପି ବିରୋଧ କରିଛି । ଆଜି ବିଜେପିର ଯୁବ ନେତା ଓମ ପ୍ରକାଶ ମିଶ୍ରଙ୍କ ନେତୃତ୍ଵରେ ସତ୍ୟବାଦୀ ବ୍ଳକର 14ଟି ପଞ୍ଚାୟତର ସରପଞ୍ଚ ଏବଂ 9 ଜଣ ସମିତି ସଭ୍ୟ ଜିଲ୍ଲାପାଳଙ୍କୁ ଭେଟିଛନ୍ତି । ଆମ ଓଡ଼ିଶା ନବୀନ ଓଡ଼ିଶା ନାମରେ ଚାଲିଥିବା ବେଆଇନ କାର୍ଯ୍ୟକୁ ବନ୍ଦ ପାଇଁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଯଦି ଆଗାମୀ 7ଦିନ ଭିତରେ ଜିଲ୍ଲାପାଳ କୌଣସି ପଦକ୍ଷେପ ନେବେ ନାହିଁ । ତାହାଲେ ବିଜେପି ପକ୍ଷରୁ ସତ୍ୟବାଦୀ ବ୍ଳକ ସମ୍ମୁଖରେ ଧାରଣା ଦିଆଯିବ ବୋଲି ଚେତାବନୀ ଦେଇଛନ୍ତି ।

ଓମ ପ୍ରକାଶ ମିଶ୍ର କହିଛନ୍ତି,"ଲୋକ ପ୍ରତିନିଧିଙ୍କ ମତାମତ ନିଆଯାଇ ସବୁକାର୍ଯ୍ୟ କରାଯିବା ବିଧି ରହିଛି ଆମ ସମ୍ବିଧାନରେ । ହେଲେ ଏହି ଗଣତାନ୍ତ୍ରିକ ବ୍ୟବସ୍ଥାକୁ ବିଜେଡି ଧ୍ଵଂସ କରିବାରେ ଲାଗିଛି । ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନାରେ ଆସିଥିବା ଅର୍ଥ ବିଜେଡି ବିଧାୟକ, ବ୍ଳକ ଅଧ୍ୟକ୍ଷ ଦଳୀୟ ଭିତିରେ ପ୍ରକଳ୍ପ ବଣ୍ଟନ କରୁଛନ୍ତି । ନେତା, ଠିକାଦାର ଓ ସରକାରୀ ଅଧିକାରୀ ମିଳିମିଶି ପ୍ରକଳ୍ପ ଆଳରେ ନିମ୍ନମାନର କାର୍ଯ୍ୟ କରି ଟଙ୍କା ଆତ୍ମସାତ କରୁଛନ୍ତି । ପଞ୍ଚାୟତରେ ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟରେ ସରପଞ୍ଚ, ସମିତି ସଭ୍ୟ, ଗ୍ରାମ୍ୟ କମିଟିର ଭୂମିକାକୁ ଅଣଦେଖା କରାଯାଉଛି । ଯଦି ଏହି ବେଆଇନ କାର୍ଯ୍ୟକୁ ଜିଲ୍ଲାପାଳ ବନ୍ଦ ନକରନ୍ତି ତାହାଲେ ଆଗାମୀ ଦିନରେ ରାଜ ରାସ୍ତାକୁ ଓହ୍ଲାଇବୁ ।"

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.