ମଧ୍ୟରାତ୍ରିରେ ଉଦଯାପିତ ହେବ ବୁଢୀ ଠାକୁରାଣୀ ଯାତ୍ରା, ମୁଖ୍ୟପୀଠରୁ ଆସିଲା ମା’ଙ୍କ ଡାକରା ଘଟ

By

Published : May 1, 2023, 11:01 PM IST

thumbnail

ବ୍ରହ୍ମପୁର: ଗତ ଦୀର୍ଘ ୨୮ ଦିନ ଧରି ବ୍ରହ୍ମପୁର ସହରରେ ଜାରି ରହିଥିବା ପ୍ରସିଦ୍ଧ ମା’ ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା ଆଜି ମଧ୍ୟରାତ୍ରିରେ ପାରମ୍ପରିକ ରୀତିନୀତିରେ ସମାପିତ ହେବ । ଏନେଇ ପରମ୍ପରା ଅନୁସାରେ ମା’ଙ୍କ ମୁଖ୍ୟପୀଠରୁ ଡାକରା ଘଟ ଆସିସାରିଛି । ଏହାକୁ ଶହସ୍ରାକ୍ଷୀ ଘଟ ମଧ୍ୟ କୁହାଯାଇଥାଏ । ଆଉ ଏହି ଘଟ ଆସିବା ପରେ ମା’ ମୁଖ୍ୟପୀଠକୁ ଫେରିଯିବା ଏକ ପ୍ରକାର ନିଷ୍ପିତ ବୋଲି ଧରି ନିଆଯାଇଥାଏ । ମା’ଙ୍କ ମୁଖ୍ୟପୀଠରୁ ଏହି କଞ୍ଚା ଘଟ ଆସି ପରମ୍ପରା ଅନୁଯାୟୀ ପୁଜାର୍ଚ୍ଚନା ହୋଇଯାଇଥିବା ବେଳେ ମଧ୍ୟରାତ୍ରିରେ ମା’ଙ୍କୁ ଜାନି ଯୌତୁକ ଦେଇ ବିଦାୟ ଦେବେ ମା’ଙ୍କ ବାପଘର ଦେଶୀ ବେହେରାଙ୍କ ପକ୍ଷ । ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ସେପଟେ ମା’ଙ୍କୁ ବିଦାୟ ଦେବା ପାଇଁ ଭକ୍ତଙ୍କ ମଧ୍ୟରେ ଦୁଃଖର ମାହୋଲ । ଏହି ଅବସରରେ ଅଧିକ ସୂଚନା ଦେଉଛନ୍ତି ଆମ ବ୍ରହ୍ମପୁର ସମ୍ବାଦଦାତା ସମୀର ଆଚାର୍ଯ୍ୟ । 

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.