Watch Video: ବେଙ୍ଗଲ ସଫାରୀ ପାର୍କରେ ବାଘୁଣୀ ଶିଲା ସହିତ ୪ ଶାବକଙ୍କ ଖେଳ

By

Published : May 7, 2022, 5:40 PM IST

Updated : Feb 3, 2023, 8:23 PM IST

thumbnail

କୋଲକାତା: ସିଲିଗୁଡିସ୍ଥିତ ବେଙ୍ଗଲ ସଫାରୀ ପାର୍କରେ ଚାରୋଟି ରୟାଲ ବେଙ୍ଗଲ ବାଘ ଛୁଆର ଭିଡିଓ ଜାରି ହୋଇଛି । ବାଘୁଣୀ ଶିଲା ମାର୍ଚ୍ଚ ୧୪ରେ ୫ଟି ଛୁଆ ଜନ୍ମ ଦେଇଥିଲା । ତେବେ ପୃଷ୍ଟିହୀନତା ଯୋଗୁଁ ଗୋଟିଏ ଛୁଆର ମୃତ୍ୟୁ ହୋଇଯାଇଥିଲା । ପରେ ବେଙ୍ଗଲ ସଫାରୀ ପାର୍କର କର୍ତ୍ତୃପକ୍ଷ ବାକି ୪ଟି ଛୁଆର ଅଧିକ ଯତ୍ନ ନେଇଥିଲେ । ଜାରି ହୋଥିବା ଭିଡିଓରେ ମାଆ ବାଘ ଶିଲା ସହିତ ୪ଟି ଶାବକ ଖେଳୁଛନ୍ତି ଓ ସମସ୍ତେ ସୁସ୍ଥ ଅଛନ୍ତି । ପାର୍କ କର୍ତ୍ତୃପକ୍ଷଙ୍କ ସୂଚନା ଅନୁଯାୟୀ ଆଗାମୀ ଦୁଇମାସ ପର୍ଯ୍ୟନ୍ତ ଏହି ଛୁଆ ଗୁଡିକୁ ପର୍ଯ୍ୟଟକଙ୍କ ସାମ୍ନାକୁ ଅଣାଯିବ ନାହିଁ । ବାଘ ଛୁଆ ମାଆ ସହିତ ଖେଳୁଥିବାର ଦୃଶ୍ୟ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି । ନିକଟ ଭବିଷ୍ୟତରେ ଏହା ପାର୍କରେ ସମସ୍ତଙ୍କ ଆକର୍ଷଣର କେନ୍ଦ୍ର ବିନ୍ଦୁ ହେବ ବୋଲି ଜଣାପଡୁଛି । ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Feb 3, 2023, 8:23 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.