ଚେରିତୋଳରେ ବାଲିଯାତ୍ରା, ନୌବଣିଜ୍ୟ ପରମ୍ପରାକୁ କରୁଛି ଜୀବନ୍ତ

By ETV Bharat Odisha Team

Published : Nov 28, 2023, 10:15 PM IST

thumbnail

ଜଗତସିଂହପୁର: ଚେରିତୋଳ ଠାରେ ବାଲିଯାତ୍ରା ଉଦଘାଟନ । ନୌବଣିଜ୍ୟ ପରମ୍ପରା ସାଙ୍ଗକୁ ଓଡ଼ିଶାର କଳା ସଂସ୍କୃତି ଓ ପରମ୍ପରାକୁ ପାଳନ କରୁଛି ଜଗତସିଂହପୁର । ଚେରିତୋଳଠାରୁ ଓଡ଼ିଶାର ବଣିକମାନେ ବଙ୍ଗୋପସାଗର ଅତିକ୍ରମ କରି ବିଦେଶକୁ ବାଣିଜ୍ୟ କରିବା ପାଇଁ ଯାଉଥିଲେ ।  

ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ଚାରିତୋଳ ମହାନଦୀ ପଠା ଠାରେ ଚେରିତୋଳ ବାଲିଯାତ୍ରାର ଉଦଘାଟନ ହୋଇଯାଇଛି । ମୁଖ୍ୟ ଅତିଥି ଭାବରେ ପୂର୍ବତନ ମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନା ଯୋଗ ଦେଇ ଓଡ଼ିଶାର ନୌବଣିଜ୍ୟ ପରମ୍ପରା ଉପରେ ଆଲୋକପାତ କରିଥିଲେ । ସମ୍ମାନିତ ଅଥିତି ଭାବେ ପୂର୍ବତନ ବିଧାୟକ ତଥା ବରିଷ୍ଠ ନେତା ଦେବାଶିଷ ସାମନ୍ତରାୟ ଯୋଗଦେଇ ଓଡ଼ିଶାର କଳା ସଂସ୍କୃତି ଓ ପରମ୍ପରା ବିଷୟରେ କହିଥିଲେ । ଐତିହାସିକ ମାନଙ୍କ ଗବେଷଣାରୁ ଜଣାପଡ଼େ ଯେ ପୂର୍ବରୁ ଚେରିତୋଳ ଠାରେ ଏକ ବନ୍ଦର ଥିଲା । ଏଠାରୁ ଓଡ଼ିଶାର ବଣିକମାନେ ବଙ୍ଗୋପସାଗର ଅତିକ୍ରମ କରି ବିଦେଶକୁ ବାଣିଜ୍ୟ କରିବା ପାଇଁ ଯାଉଥିଲେ । ତାହାକୁ ଦୃଷ୍ଟିରେ ଦୀର୍ଘ ବର୍ଷ ହେବ ଏହି ଯାତ୍ରାର ପରିକଳ୍ପନା କରାଯାଇଥିଲା । ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀରେ ଯେକୌଣସି ବ୍ୟକ୍ତି ବିଧାୟକ ହୋଇଥାନ୍ତି ସେ ଏହାର ପରିଚାଳନା କରିଥାଆନ୍ତି । ଦେବାଶିଷ ସାମନ୍ତରାୟ ବିଧାୟକ ଥିବାବେଳେ ଏହାର ଭିତ୍ତି ପ୍ରସ୍ଥର ସ୍ଥାପନ କରିଥିଲେ । ପରେ ଚିରଞ୍ଜୀବ ବିଶ୍ୱାଳ, ରାଜଶ୍ରୀ ମଲ୍ଲିକ, ଦେବେନ୍ଦ୍ର ଭୋଇ ବିଷ୍ଣୁ ଦାସ ଓ ଏବେ ତାଙ୍କ ପୁତ୍ର ବିଜୟ ଶଙ୍କର ଏହି ଦାୟିତ୍ୱ ନେଇ ସଠିକ ଭାବରେ ବାଲିଯାତ୍ରକୁ ପରିଚାଳନା କରିଆସୁଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ଛାଡ଼ଖାଇରେ ବେପାର ମାନ୍ଦା; ମଙ୍ଗଳବାର ବୋଲି ଜମୁନି ଗ୍ରାହକଙ୍କ ଭିଡ

ଏହି କାର୍ଯ୍ୟକ୍ରମରେ ଜଗତସିଂହପୁର ଜିଲ୍ଲା ପରିଷଦ ଅଧ୍ୟକ୍ଷ ମନୋଜ କୁମାର ଭୋଇ, ବିଧାୟକ ବିଜୟ ଶଙ୍କର ଦାସ, ତିର୍ତ୍ତୋଲ  ତହସିଲଦାର ଓ ସ୍ଥାନୀୟ ସରପଞ୍ଚ ଉପସ୍ଥିତ ଥିଲେ । ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ବିଧାୟକ ବିଜୟ ଶଙ୍କର ଦାସ ଚେରିତୋଳ ବାଲିଯାତ୍ରା କୁ ସଫଳ କରିବା ପାଇଁ ସାଧାରଣ ଲୋକଙ୍କ ସହଯୋଗ କାମନା କରିଛନ୍ତି ।

ଈଟିଭି ଭାରତ, ଜଗତସିଂହପୁର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.