Balasore Train Tragedy: SCBରେ ସୁଧୁରୁଛି ସମସ୍ତ ଆହତଙ୍କ ସ୍ୱାସ୍ଥ୍ୟାବସ୍ଥା

By

Published : Jun 9, 2023, 6:56 PM IST

thumbnail

କଟକ: ବାହାନଗା ଟ୍ରାଜେଡି। ସମ୍ପୂର୍ଣ୍ଣ ରୂପେ ଜିରୋ କାଜୁଆଲଟିରେ ରହିଛି SCB ବଡ଼ ମେଡିକାଲ । କାହାର ମୃତ୍ୟୁ ହୋଇନଥିବା ବେଳେ ଗୁରୁତର ରୋଗୀ ଆରୋଗ୍ୟ ଲାଭ କରୁଥିବା କହିଛନ୍ତି SCB ପ୍ରଶାସନିକ ଅଧିକାରୀ ଅବିନାଶ ରାଉତ । ମେଡିକାଲର ସମସ୍ତ ବିଭାଗ, ଡାକ୍ତର, ପାରା ମେଡିକାଲ ଷ୍ଟାଫ୍‌ ଓ ଅନ୍ୟାନ୍ୟ କର୍ମଚାରୀଙ୍କ ଅକ୍ଲାନ୍ତ ପରିଶ୍ରମ ଯୋଗୁଁ ଏହା ସମ୍ଭବ ହୋଇ ପାରିଛି ବୋଲି ଅବିନାଶ ରାଉତ କହିଛନ୍ତି । ବର୍ତ୍ତମାନ ସୁଦ୍ଧା 90ରୁ ଊର୍ଦ୍ଧ୍ବ ରୋଗୀ ଡିସଚର୍ଜ ହୋଇ ଘରକୁ ଫେରି ସାରିଛନ୍ତି । ଆଉ ବଳକା ରୋଗୀଙ୍କ ସ୍ୱାସ୍ଥ୍ଯାବସ୍ଥା ଭଲ ରହିଛି । ସେମାନଙ୍କୁ ଉପଯୁକ୍ତ ଚିକିତ୍ସା ମଧ୍ୟ ଯୋଗାଇ ଦିଆଯାଉଛି ।  ଚିକିତ୍ସିତ ହେଉଥିବା ଆହତଙ୍କ ମଧ୍ୟରୁ ଓଡ଼ିଶାର 23, ପଶ୍ଚିମବଙ୍ଗର 45,  ବିହାରର 32, ଝାରଖଣ୍ଡର 7 ଜଣ, ମହାରାଷ୍ଟ୍ର, ତାମିଲନାଡୁ, ଉତ୍ତରପ୍ରଦେଶ ଓ ନେପାଳର ଜଣେ ଲେଖାଏଁ ଆହତ ଚିକିତ୍ସିତ ହେଉଛନ୍ତି । ସେଥିମଧ୍ୟରୁ ଆଇସିୟୁରେ  20ଜଣ , ଟ୍ରମା ICUରେ 8, ସେଣ୍ଟ୍ରାଲ ICUରେ 9, ନିୟୁରୋ 2, ପ୍ଲାଷ୍ଟିକ ସର୍ଜରୀରେ ଜଣେ ଭର୍ତ୍ତି ହୋଇଛନ୍ତି । ପ୍ରତ୍ୟେକଙ୍କ ସ୍ବାସ୍ଥ୍ୟାବସ୍ଥାରେ ସୁଧାର ଆସୁଥିବା ସୂଜନା ଦେଇଛନ୍ତି SCB ପ୍ରଶାସନିକ ଅଧିକାରୀ  

ଇଟିଭି ଭାରତ, କଟକ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.