Bahuda Yatra 2023: ରଥ ଆଗରେ ନାଚୁଛି ଭକ୍ତ, ଭକ୍ତି ଅର୍ଘ୍ୟ ଅର୍ପଣ କଲେ ଶିବ-ହନୁମାନ

By

Published : Jun 28, 2023, 1:15 PM IST

thumbnail

ପୁରୀ: ଜନ୍ମବେଦୀରେ ଶେଷ ହୋଇଛି ମହାପ୍ରଭୁଙ୍କ ନବଦିନାତ୍ମକ ଲୀଳା । ଆଜି ଜନ୍ମଭୂମି ଛାଡ଼ି କର୍ମଭୂମିକୁ ବାହୁଡ଼ିବେ ଚତୁର୍ଦ୍ଧାମୂର୍ତ୍ତି । ଆଜି ବାହୁଡ଼ା ଦଶମୀରେ ଗୁଣ୍ଡିଚା ମନ୍ଦିର ଛାଡ଼ି ପୁଣି ରଥରେ ବିଜେ କରିଛନ୍ତି ବଡ଼ ଭାଇ ବଳଭଦ୍ର, ଭଉଣୀ ସୁଭଦ୍ରା ଓ ଜଗତର ନାଥ ଜଗନ୍ନାଥ । ଶ୍ରୀମନ୍ଦିରକୁ ବାହୁଡିଯିବେ ଶ୍ରୀଜିଉ । ମହାପ୍ରଭୁଙ୍କୁ ରଥରେ ଦର୍ଶନ କରି ଭାବବିହ୍ବଳ ହୋଇଛନ୍ତି ଭକ୍ତ । ଆର ବର୍ଷକୁ ଥିବି କି ନାହିଁ, ରଥରେ କଳା ବାମନକୁ ଦେଖି ପାରିବି କି ନାହିଁ, ରଥ ଟାଣି ପାରିବି କି ନାହିଁ, ଏମିତି କାହିଁ କେତେ ଦ୍ବନ୍ଦ୍ବ । ବଞ୍ଚିଥିବା ଯାଏଁ ରଥଯାତ୍ରାରେ ମହାପ୍ରଭୁଙ୍କ ପହଣ୍ଡିରେ ନାଚିବ ବୋଲି ପଣ କରିଛି ଭକ୍ତ । କିଏ ଓଡ଼ିଶୀ, କିଏ ଗୋଟିପୁଅ ନୃତ୍ୟ କରି ନିଜକୁ ଧନ୍ୟ ମନେ କରୁଛି । ଆଉ କିଏ ଶିବ ଓ ହନୁମାନ ବେଶରେ ଆସି ଜଗନ୍ନାଥଙ୍କୁ ଦେଖି କୃତ୍ୟ କୃତ୍ୟ ହୋଇଛି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.