ପ୍ରତ୍ୟକ୍ଷ ଭାବେ ନହେଲେ ବି ପରୋକ୍ଷରେ ବିବାହ ପାଇଁ ସ୍ବୀକୃତି ଦେଇଛନ୍ତି ସୁପ୍ରିମକୋର୍ଟ: ଦୂତୀ

By ETV Bharat Odisha Team

Published : Oct 17, 2023, 7:37 PM IST

thumbnail

ଭୁବନେଶ୍ବର: ସମଲିଙ୍ଗି ବିବାହକୁ ନେଇ ସର୍ବୋଚ୍ଚ ନ୍ୟାୟାଳୟ ଆଜି ସୁପ୍ରିମ ରାୟ ଦେଇଛନ୍ତି । ବିବାହକୁ ସ୍ବୀକୃତି ପ୍ରଦାନ କରିନାହାନ୍ତି ସୁପ୍ରିମକୋର୍ଟ । ବିବାହ ଏକ ମୌଳିକ ଅଧିକାର ନୁହେଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି । ତେବେ ସଂସଦ ଉପରେ ସବୁକିଛି ଛାଡିଛନ୍ତି ସୁପ୍ରିମକୋର୍ଟ । ସଂସଦ ଏନେଇ ନିଷ୍ପତ୍ତି ନେବ ବୋଲି କୋର୍ଟ କହିଛନ୍ତି । ଏନେଇ ପ୍ରତିକ୍ରିୟା ରଖିଛନ୍ତି ଅନ୍ତର୍ଜାତୀୟ ଆଥଲେଟ୍‌ ଦୂତୀ ଚାନ୍ଦ । ସେ କହିଛନ୍ତି, "ସୁପ୍ରିମକୋର୍ଟ ଡାଇରେକଟ ହଁ କରିନାହାନ୍ତି । ଇନଡାଇରେକ୍ଟ ହଁ ମାରିଛନ୍ତି । ରୁଲ ତିଆରି କରିବାର ଅଧିକାର ସୁପ୍ରିମକୋର୍ଟଙ୍କର ନାହିଁ । ଏଣୁ ସେ ସଂସଦ ଉପରେ ଛାଡିଛନ୍ତି । ଲିଭିଂ ରିଲେସନରେ ଏକାଠି ରହିପାରିବା ବଳବତ୍ତର ରହିଛି । କିନ୍ତୁ ବଡ଼ କଥା ହେଲା ସମାଜରେ ବଞ୍ଚିବା ପାଇଁ ଆଇଗତ ଅଧିକାର ଦରକାର । ଚାକିରି କ୍ଷେତ୍ରରେ ହେଉ ଅବା ପେନସନ କ୍ଷେତ୍ରରେ ଆଇନଗତ ଅଧିକାର ଦରକାର ।" ସୁପ୍ରିମକୋର୍ଟଙ୍କ ରାୟରେ ସେ ସନ୍ତୁଷ୍ଟ ଥିବା କହିଛନ୍ତି ।  

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.