ଦୁର୍ନୀତି ନିର୍ବାରଣ ସପ୍ତାହ ଉଦଯାପନ

By ETV Bharat Odisha Team

Published : Nov 4, 2023, 9:10 PM IST

thumbnail

କେନ୍ଦୁଝର: ଜିଲ୍ଲାରେ ପାଳିତ ହୋଇଛି ଦୁର୍ନୀତି ନିବାରଣ ସଚେତନତା ସପ୍ତାହ । ପ୍ରତିବର୍ଷ ଅକ୍ଟୋବର ୩୦ରୁ ନଭେମ୍ବର ୫ ତାରିଖ ପର୍ଯ୍ୟନ୍ତ ସରକାରୀସ୍ତରରେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ଭାବେ ପାଳନ କରାଯାଇଅଛି । ଏହି ସପ୍ତାହ ପାଳନ ଅବସରରେ ଦୁର୍ନୀତି ଠାରୁ ନିଜକୁ ଦୂରେଇ ରଖିବାକୁ ଶପଥ ଗ୍ରହଣ କରିଥିବା ବେଳେ ବିଭାଗ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରିଥିଲା । ଏହି ଅବସରରେ ଆଜି ଜିଲ୍ଲାରେ ସମାପନ ହୋଇଛି ଏହି ସଚେତନତା ସପ୍ତାହ ।

 ଆଜି ବିଭିନ୍ନ ସ୍କୁଲ,କଲେଜର ଛାତ୍ରଛତ୍ରୀ ଓ ସ୍ଵୟଂ ସହାୟକ ଗୋଷ୍ଠୀର ମହିଳାଙ୍କ ନେଇ ସହରରେ ଏକ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା ।ପରେ ବିଭାଗ ପକ୍ଷରୁ ସ୍ଥାନୀୟ ଦରବାର ହଲ ଠାରେ ଏକ ସାଧାରଣ ସଭା ଆୟୋଜନ କରାଯାଇଥିଲା । ଏହି କର୍ଯ୍ୟକ୍ରମରେ ଜିଲ୍ଲାପାଳ ଆଶିଷ ଠାକରେ ଅଧକ୍ଷତା କରିଥିବା ବେଳେ ଆରକ୍ଷୀ ଅଧିକ୍ଷକ ନୀତିନ କୁସଲକର୍,ଡିଏଫ୍ଓ ଅଚ ଡି ଧାନରାଜଙ୍କ ସମେତ ଭିଜିଲାନ୍ସ ବିଭାଗର ଅଧିକାରୀ ଯୋଗ ଦେଇଥିଲେ । 

ହେଲେ ଚଳିତବର୍ଷ ସରକାରୀ ରିପୋର୍ଟରୁ କେନ୍ଦୁଝର ଜିଲ୍ଲାରେ ଭିଜିଲାନ୍ସ ବିଭାଗକୁ ଆଖି ଦୃଶିଆ ସଫଳତା ମିଳିପାରି ନଥିବା ଜଣାପଡିଛି । ଯାହିକୁ ନେଇ ସବୁଆଡେ ଚର୍ଚ୍ଚା ହେଉଛି । ଏଥିରୁ ସ୍ପଷ୍ଟ ବାରିହୋଇ ପଡୁଛି ଯେ ଖୋଦ ଦୁର୍ନୀତି ବିଭାଗ ଦୁର୍ନୀତିରେ ଲିପ୍ତ ରିହିଛି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ପୂର୍ବରୁ ବିଭାଗରେ କାର୍ଯ୍ୟରତ ଜନୈକା ମହିଳା ପୁଲିସ କର୍ମଚାରୀ ଏକ ଲାଞ୍ଚନେବା ମାମଲାରେ ନିଲମ୍ବନ ହୋଇଥିଲେ । ଯାହା ଜିଲ୍ଲାରେ ଚଳିତବର୍ଷ ବେଶ ଚର୍ଚ୍ଚାର ବିଷୟ ପାଲଟିଥିଲା । 

ଏହା ମଧ୍ୟ ପଢନ୍ତୁ...ଭିଜିଲାନ୍ସ ଜାଲରେ ମୋଟୁ ଆରଆଇ, ଲାଞ୍ଚ ନେଇ ଧରାପଡିଲେ

ପ୍ରକାଶ ଯେ ଚଳିତବର୍ଷ ୧ ଜାନୁୟାରୀରୁ ଅକ୍ଟୋବର ୩୧ ତାରିଖ ପର୍ଯ୍ୟନ୍ତ ଗତ ୧୦ମାସ ମଧ୍ୟରେ ଜିଲ୍ଲାରେ ଦୁର୍ନୀତି ବିଭାଗ ପକ୍ଷରୁ ଲାଞ୍ଚ ଗ୍ରହଣ ଅଭିଯୋଗରେ ୩ଟି ମାମଲାରେ ୩ଜଣ ଗିରଫ ସହ ସରକାରୀ ଅର୍ଥ ହଡପ ଅଭିଯୋଗରେ ୩ ଏବଂ ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଗୋଟିଏ ଅଭିଯୋଗକୁ ମିଶାଇ ମୋଟ ୭ଟି ମାମଲା ରୁଜୁ ହୋଇଛି । ଲାଞ୍ଚ ଗ୍ରହଣ ଅଭିଯୋଗରେ ଭିଜିଲାନ୍ସ ହାତରେ ଧରାପଡ଼ି ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତ ତୃତୀୟ ଶ୍ରେଣୀ କର୍ମଚାରୀ ହୋଇଥିବା ବେଳେ ବଡ ଅଧିକାରୀଙ୍କୁ ଧରିବାରେ ସଫଳ ହୋଇପାରୁ ନାହୁିଁ  । 

ଇଟିଭି ଭାରତ, କେନ୍ଦୁଝର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.