ଗାଡ଼ି ବାଲେଶ୍ୱରରେ ଚାଲାଣ କଟୁଛି କେନ୍ଦୁଝରରେ, ଫେକ ଗାଡି ନମ୍ବର ବ୍ୟବହାର ଅଭିଯୋଗ

By ETV Bharat Odisha Team

Published : Sep 28, 2023, 10:32 PM IST

thumbnail

ବାଲେଶ୍ବର: ବାଲେଶ୍ବରରେ ଘଟିଛି ଏକ ଅଜବ ମାମଲା । ଦୁଇଟି ଗାଡିର ରହିଛି ସମାନ ନମ୍ବର ପ୍ଲେଟ୍‌ ।  ଘଟଣା ପରେ ପରିବହନ ବିଭାଗର କାର୍ଯ୍ୟ ଉପରେ ଉଠୁଛି ବିଭିନ୍ନ ପ୍ରଶ୍ନ । ଗାଡି ବାଲେଶ୍ୱରରେ ଥାଇ ମଧ୍ୟ କେନ୍ଦୁଝରରେ ଟ୍ରାଫିକ ନିୟମ ଉଲଂଘନ ଅଭିଯୋଗରେ ଫାଇନ ଲାଗିଛି । ଏହି ଫାଇନର ଚାଲାଣ ସମ୍ପୃକ୍ତ ବାଇକ ମାଲିକଙ୍କୁ ମୋବାଇଲ ଜରିଆରେ ଆସିବା ପରେ ଏବେ ଗାଡି ମାଲିକ ଏହାକୁ ନେଇ ଥାନାରେ ଅଭିଯୋଗ କରିଛନ୍ତି । 
 

ସୂଚନା ଅନୁସାରେ, ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଅଧିନ ବଙ୍ଗାଳପୁର ପଞ୍ଚାୟତ କଳସପୁର ଅଞ୍ଚଳର ମାନସ କୁମାର ଦାସ । ମାନସ ଦୀର୍ଘ ଦିନ ହେଲା ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା କଳସପୁର ଅଞ୍ଚଳରେ ନିଜ ଘରେ ରହି ଆସୁଛନ୍ତି । କିନ୍ତୁ ତାଙ୍କ ମୋବାଇଲ ନମ୍ବରରେ ହଠାତ ଏକ ମେସେଜ ଆସିଥିଲା । ଏହି ମେସେଜରେ ଟ୍ରାଫିକ ନିୟମ ଉଲଂଘନ ଯୋଗୁଁ ଫାଇନ ଲଗାଯାଇଥିବା ସୂଚନା ରହିଥିଲା । ଅନଲାଇନ ଚାଲାଣ ମାଧ୍ୟ୍ୟମରେ କିମ୍ବା rto ଅଫିସରେ 7 ଦିନ ମଧ୍ୟରେ 1000 ଟଙ୍କା ପୈଠ କରିବାକୁ ମୋବାଇଲରେ ମେସେଜରେ ଲେଖାଯାଇଥିଲା । ଏହାପରେ ମାନସ ପରିବହନ ବିଭାଗର ୱେବସାଇଟକୁ ଯାଇ ଚେକ କରିବା ପରେ ଏହା ତାଙ୍କ ଗାଡି ନୁହେଁ ବରଂ କେହି ଜଣେ ତାଙ୍କ ଗାଡ଼ି ନମ୍ବର ବ୍ୟବହାର କରୁଥିବା ସେ ଜାଣିଥିଲେ ।  ସେ କେନ୍ଦୁଝର ବାଇକ ଯୋଗେ ଯାଇ ନଥିବାବେଳେ ତାଙ୍କ ଗାଡ଼ି ନମ୍ବରର ଅପବ୍ୟବହାର କରାଯାଇଥିବା ଅଭିଯୋଗ ଆଣିଛନ୍ତି ମାନସ । ଏହାସହ ପରିବହନ ବିଭାଗ ପକ୍ଷରୁ ଅନଲାଇନରେ ଜାରି ହୋଇଥିବା ଗାଡିର ଫଟୋରେ ହାଇ ସିକ୍ୟୁରୀଟି ନମ୍ବର ପ୍ଲେଟ ନଥିବା କଥା ମାନସ କହିଛନ୍ତି । ଏହାକୁ ନେଇ ଉଚିତ ତଦନ୍ତ କରିବାକୁ ମାନସ ଦାବି କରିଛନ୍ତି । 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.