Watch: ଘରୁ ମିଳିଲା ବିରଳ ଫର୍ଷ୍ଟେନ କ୍ୟାଟ ସାପ, ନିଜ ସୁରକ୍ଷା ପାଇଁ ମାରେ ଚୋଟ

By ETV Bharat Odisha Team

Published : Sep 21, 2023, 10:21 PM IST

Updated : Sep 22, 2023, 8:14 AM IST

thumbnail

ବେଙ୍ଗାଲୁରୁ: କର୍ଣ୍ଣାଟକର ପୁତ୍ତୁରରୁ ଏକ ବିରଳ ସାପ ଉଦ୍ଧାର କରାଯାଇଛି । ଭାରତରେ ଅନେକ ପ୍ରଜାତିର ସାପ ଲୋକେ ଦେଖିବାକୁ ପାଆନ୍ତି । ବର୍ଷା ଦିନେ ଅନେକ ସାପ ନିଜ ଗାତ ଛାଡି ଜନବସତି ମୁହାଁ ହୁଅନ୍ତି । ଏହା ସମୟରେ ଅନେକ ବିଷଧରଙ୍କ କାମୁଡାରେ ନିଜ ପ୍ରାଣ ମଧ୍ୟ ହରାନ୍ତି । କିନ୍ତୁ ଏମିତି ଅନେକ ସାପ ଅଛନ୍ତି ଯେଉଁମାନେ ଘଞ୍ଚ ଜଙ୍ଗଲରେ ରହିବାକୁ ପସନ୍ଦ କରନ୍ତି । ଏପରି ଏକ ବିରଳ ସାପ ହେଉଛି ‘ଫର୍ଷ୍ଟେନ କ୍ୟାଟ’ । କର୍ଣ୍ଣାଟକର ପୁତ୍ତୁର ଜିଲ୍ଲାର ରବିକ୍ରୀଷ୍ଣା କାଲଜିଙ୍କ ଘରୁ ଏହି ସାପକୁ ଉଦ୍ଧାର କରାଯାଇଛି । 

ସ୍ନେକ ରେସ୍କ୍ୟୁ ଅଫିସର ମାଷ୍ଟର ତେଜ କହିଛନ୍ତି,  ‘ଫୋର୍ଷ୍ଟେନ୍ କ୍ୟାଟ୍ ସାପ’ ଦେଖିବା ବିରଳ । ୱୋଷ୍ଟେନ ଘାଟ ପରି ଘଞ୍ଚ ଜଙ୍ଗଲରେ ମଧ୍ୟ ଏହି ‘ଫୋର୍ଷ୍ଟେନ୍ କ୍ୟାଟ’ ବହୁତ କମ ଦେଖିବାକୁ ମିଳେ । ଏହି ସାପମାନଙ୍କ ଆଖି ଅନ୍ଧାରରେ ଗ୍ଲୋ କରେ ବିଲେଇଙ୍କ ପରି ତେଣୁ ଏମାନଙ୍କୁ କ୍ୟାଟ ସ୍ନେକ କୁହାଯାଏ । ଏମାନେ ରାତି ସମୟରେ ହିଁ ଖାଦ୍ୟର ଅନ୍ବେଷଣ କରିଥାନ୍ତି । ଏହି ସାପ କେବଳ ନିଜକୁ ରକ୍ଷା କରିବା ପାଇଁ କାମୁଡି ଥାଏ । ଏହା ବିରଳ ସାପ ମାତ୍ର ଏମାନେ ବିଷଧର ନୁହଁନ୍ତି । ଏହି ସାପକୁ ନେଇ ପ୍ରାକୃତିକ ସ୍ଥାନରେ ଛଡାଯିବ । ତେବେ କୌଣସି ସ୍ଥାନରେ ସାପ ଦେଖିଲେ ତୁରନ୍ତ ସ୍ନେକ ହେଲ୍ପଲାଇନ ସହ ସମ୍ପର୍କ କରନ୍ତୁ । ଏମାନଙ୍କୁ ମାରନ୍ତୁ ନାହିଁ । 

ବ୍ୟୁରୋ ରିପୋର୍ଟ,  ଇଟିଭି ଭାରତ

Last Updated : Sep 22, 2023, 8:14 AM IST

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.