ଚାରିଦିନର ଅସୁସ୍ଥତା ପରେ ଆଖିବୁଜିଲା ମାଈ ହାତୀ

By ETV Bharat Odisha Team

Published : Oct 29, 2023, 8:53 PM IST

thumbnail

ବାଲେଶ୍ବର: ଗତ ଚାରିଦିନ ଧରି ଅସୁସ୍ଥ ଥିବା ମାଈ ହାତୀଟିର ଆଜି ମୃତ୍ୟୁ ହୋଇଛି । ଅସୁସ୍ଥତାର କରଣ ଜଣା ପଡ଼ିନଥିବା ବେଳେ ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ ପରେ ତାହା ସ୍ପଷ୍ଟ ହେବ । ଏପରି ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ସୋର ବନାଞ୍ଚଳ ଖୁଣ୍ଟାପାଟଣା ବିଟ ହାଉସ ଅଧିନସ୍ଥ ଦିଗୀ ଭଅଁରା ପାହାଡ ପାଦଦେଶରେ । ବର୍ତ୍ତମାନ ରାଜ୍ୟର ସମସ୍ତ ବିଟ ହାଉସ ଅଧୀନରେ ଗାର୍ଡମାନେ କର୍ମଚାରୀମାନଙ୍କୁ ନେଇ ବାଘ ଗଣନା ପାଇଁ ବ୍ୟସ୍ତ ରହୁଛନ୍ତି ।  ଗତ ୨୬ ତାରିଖରେ ଦନ୍ତୁରୁ ବିଟ କର୍ମଚାରୀ ଏକ ମାଈ ହାତୀକୁ ଅସୁସ୍ଥ ଅବସ୍ଥାରେ ଦେଖି ଉପରସ୍ଥ ଅଧିକାରୀମାନଙ୍କୁ ଖବର ଦେଇଥିଲେ । ଆଜି ଉକ୍ତ ହାତୀଟିର ମୃତ୍ୟୁ ଦିଗି ଭଅଁରା ଜଙ୍ଗଲରେ ହୋଇଥିଲା । ପରେ ସ୍ଥାନୀୟ ବାସିନ୍ଦାଙ୍କ ସମେତ ଜଙ୍ଗଲ ସୁରକ୍ଷା କମିଟି ଓ ବନ କର୍ମଚାରୀମାନେ ହାତୀକୁ ଉଦ୍ଧାର କରି ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇଥିବା ଜଣାପଡିଛି । ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ଅସୁସ୍ଥତାର କାରଣ ସ୍ପଷ୍ଟ ହେବ ବୋଲି ବନବିଭାଗ ସୂଚନା ଦେଇଛି । 

ଇଟିଭି ଭାରତ, ବାଲେଶ୍ବର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.