ପରିଶ୍ରମ ଅନୁସାରେ ମିଳୁନି ପାରିଶ୍ରମିକ, ଜିଲ୍ଲାପାଳଙ୍କୁ ଭେଟିଲେ 108 ଆମ୍ବୁଲାନ୍ସ କର୍ମଚାରୀ

By ETV Bharat Odisha Team

Published : Dec 22, 2023, 6:00 PM IST

thumbnail

Ambulance workers Meets Collector: ବଲାଙ୍ଗୀର: ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ 108 ଆମ୍ବୁଲାନ୍ସ କର୍ମଚାରୀ । ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ 6 ଦଫା ଦାବିପତ୍ର ପ୍ରଦାନ । ଦରମା ବୃଦ୍ଧି ଓ ଅନ୍ୟାନ୍ୟ ଚାକିରି ସୁବିଧା ସୁଯୋଗ ଯୋଗାଇ ଦେବାକୁ ଦାବି ।    

ଏହା ମଧ୍ୟ ପଢ଼ନ୍ତୁ.... ସ୍ବପ୍ନ ହୋଇ ରହିଯିବକି ରାଇରଙ୍ଗପୁରର ଜିଲ୍ଲା ଗଠନ ଦାବି, ଅଙ୍କୁଶ ଲଗାଇଲେ ହାଇକୋର୍ଟ

ବଲାଙ୍ଗୀର 108 ଆମ୍ବୁଲେନ୍ସ କର୍ମଚାରୀ 6 ଦଫା ଦାବି ନେଇ ଆଜି ବଲାଙ୍ଗୀର ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଯେଉଁଥିରେ ଏମାନେ ମୁଖ୍ୟତଃ ତାଙ୍କର ଦରମା ବୃଦ୍ଧି ଓ ଅନ୍ୟାନ୍ୟ ଚାକିରି ସୁବିଧା ସୁଯୋଗ ଯୋଗାଇ ଦେବାକୁ ଦାବି କରିଛନ୍ତି । ତେବେ ବଲାଙ୍ଗୀର ଜିଲ୍ଲା 108 ଆମ୍ବୁଲାନ୍ସ ସଂଘର ସଭାପତି ଆବେଦ ନାଗ କହିଛନ୍ତି, ’’ସେମାନେ ସବୁ ବିପତ୍ତି ସମୟରେ ସେବା ଯୋଗାଇ ଦେଇ ଆସୁଛନ୍ତି । କୋରୋନା ସମୟରେ ସେମାନେ ଦିନ ରାତି କାମ କରିଥିଲେ । ସେହିପରି ବନ୍ୟା ହେଉ କି ବାହାନଗା ଟ୍ରେନ ଦୁର୍ଘଟଣା ସବୁ ଜରୁରୀ କାଳୀନ ସମସ୍ୟାରେ ସେମାନେ ସେବା ଯୋଗାଇ ଦେଇ ଆସିଥିଲେ । ସେପଟେ ତାଙ୍କ କାମ ଅନୁସାରେ ତାଙ୍କୁ ଦରମା ଅତି କମ ଦିଆ ଯାଉଛି ।’’ ତେବେ ପୂର୍ବରୁ ମଧ୍ୟ ଏମାନେ ଆନ୍ଦୋଳନ କରିଥିଲେ । ଏପରିକି 108 ଆମ୍ବୁଲାନ୍ସ ସେବା ଯୋଗାଉଥିବା ଜିକିଜ୍ଜା କମ୍ପାନୀ ପରିଚାଳକ ମଧ୍ୟ ଦରମା ବଢିବା କଥା କହିଥିଲେ । ହେଲେ ଏଯାଏଁ ତାହା ହୋଇ ନାହିଁ । ଯାହାକୁ ନେଇ ଏମାନେ ପୁଣି ନିଜ ଦାବି ଜଣାଇଛନ୍ତି । ଆଗକୁ ସଂଘର ନିଷ୍ପତ୍ତି ଅନୁସାରେ ପଦକ୍ଷେପ ନେବେ ।

ଇଟିଭି ଭାରତ, ବଲାଙ୍ଗୀର 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.