Municipal Election: ରେଢାଖୋଲରେ ଚାଲିଛି ମତଦାନ

By

Published : Mar 24, 2022, 4:34 PM IST

Updated : Feb 3, 2023, 8:20 PM IST

thumbnail

ସମ୍ବଲପୁର: ଆଜି ସମ୍ବଲପୁର ରେଢାଖୋଲ ଏନଏସି ପାଇଁ ପୌର ନିର୍ବାଚନ ମତଦାନ ଜାରି ରହିଛି। ସକାଳ 8 ରୁ ଆରମ୍ଭ ହୋଇଥିବା ଏହି ମତଦାନ ଅପରାହ୍ନ 5 ଟା ଯାଏଁ ଜାରି ରହିବ । ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ସମ୍ବଲପୁର ରେଢାଖୋଲରେ ପୌର ନିର୍ବାଚନ ପାଇଁ ମତଦାନ ଜାରି । ସକାଳ 8ଟାରୁ ଆରମ୍ଭ ହୋଇଛି ମତଦାନ । ସକାଳୁ ସକାଳୁ ମତଦାନ କେନ୍ଦ୍ରରେ ମତଦାତାଙ୍କ ଭିଡ ଦେଖିବାକୁ ମିଳିଛି । ରେଢାଖୋଲ ବିଜ୍ଞାପିତ ଅଞ୍ଚଳ ପରିଷଦରେ 13ଟି ୱାର୍ଡ ଥିବା ବେଳେ 17ଟି ବୁଥର ବ୍ୟବସ୍ଥା ହୋଇଛି । ଏଠାରେ ମତଦାତାଙ୍କ ସଂଖ୍ୟା 12 ହଜାର 381 ରହିଛି। ଚଳିତ ଥର ଗୋଟିଏ ପିଙ୍କ ବୁଥ ଓ ଗୋଟିଏ ଆଦର୍ଶ ବୁଥର ବ୍ୟବସ୍ଥା ହୋଇଛି। ସମ୍ବଲପୁର ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ଜଣେ ଅତିରିକ୍ତ ଏସପି, ଜଣେ ଡିଏସପି, 5ଜଣ ଇନ୍ସପେକ୍ଟର, 9 ଜଣ ସବ-ଇନ୍ସପେକ୍ଟର, 14 ଜଣ ଏଏସଆଇ, 6ଜଣ ହାବିଲଦାର, 40 ଜଣ କନଷ୍ଟେବଳ ସହ 7 ସେକ୍ସନ ପୋଲିସ ଫୋର୍ସ ସୁରକ୍ଷା ବ୍ୟବସ୍ଥାରେ ନିୟୋଜିତ ଅଛନ୍ତି। ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା, ଇଟିଭି ଭାରତ

Last Updated : Feb 3, 2023, 8:20 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.