ପଞ୍ଚାୟତରେ ମାରାଥନ ପ୍ରଚାର, ଉପଯୁକ୍ତ ପ୍ରାର୍ଥୀଙ୍କୁ ଚୟନ କରିବାକୁ ଆହ୍ବାନ

By

Published : Feb 20, 2022, 8:30 PM IST

Updated : Feb 3, 2023, 8:17 PM IST

thumbnail

ବ୍ରହ୍ମପୁର: ପଞ୍ଚାୟତ ନିର୍ବାଚନରେ ଲୋକଙ୍କ ନିକଟତର ହେବାକୁ ପ୍ରାର୍ଥୀଙ୍କ ଜୋରଦାର ଉଦ୍ୟମ ଜାରି ରହିଥିବା ଦେଖିବାକୁ ମିଳିଥିଲା । ଏହି ଅବସରରେ ଜିଲ୍ଲାର କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀରେ ବହୁ ପ୍ରାର୍ଥୀ ଓ ପ୍ରାର୍ଥିନୀ ନିଜର ମାରାଥନ ପ୍ରଚାର କରିଥିଲେ । ବହୁ ପଞ୍ଚାୟତରେ ଉଭୟ ସରପଞ୍ଚ ଓ ସମିତି ସଭ୍ୟା ପ୍ରାର୍ଥୀ ମାନେ ନିଜ ପଞ୍ଚାୟତର ସମସ୍ତ ଗ୍ରାମର ଘରକୁ ଘର ପହଞ୍ଚି ପଞ୍ଚାୟତର ସେବା କରିବାକୁ ସୁଯୋଗ ଦେବାକୁ ଅନୁରୋଧ କରିଥିଲେ । ଏହି ଅବସରରେ ଆଠଗଡ ପାଟଣା ପଞ୍ଚାୟତରେ ପ୍ରଚାର କରୁଥିବା ସରପଞ୍ଚ ପ୍ରାର୍ଥିନୀ ଯଶୋବନ୍ତି ପାଇକରାୟ ଏବଂ ସମିତି ସଭ୍ୟା ପ୍ରାର୍ଥିନୀ ସଂଯୁକ୍ତା ପ୍ରହରାଜଙ୍କ ପ୍ରଚାର ସମୟରେ ଦୁଇ ପ୍ରତିଦ୍ବନ୍ଦିତା କରୁଥିବା ପ୍ରାର୍ଥିନୀଙ୍କ ସହ ଆଲୋଚନା କରିଛନ୍ତି ଆମ ବ୍ରହ୍ମପୁର ସମ୍ବାଦଦାତା ସମୀର ଆଚାର୍ଯ୍ୟ ।

Last Updated : Feb 3, 2023, 8:17 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.