ଲଗାଣ ବର୍ଷାରେ ଧୋଇଗଲା ଚଢ଼େଇମରା-ଆଉଳି ରାସ୍ତା, ଯାତାୟତ ଠପ

By

Published : Sep 15, 2021, 9:11 AM IST

thumbnail

ଦେବଗଡ: ଦୁଇଦିନ ଧରି ଲଗାଣ ବର୍ଷାରେ ବିଲ ବାଡି ଘର ଦ୍ବାର ପାଣି ବୁଡି ଆଣ୍ଠିଏ । ଦେବଗଡ ଜିଲ୍ଲା ରିଆମାଳ ବ୍ଲକ ଅନ୍ତର୍ଗତ ଚଢ଼େଇମରା - ଆଉଳି ରାସ୍ତାଟି ଧୋଇ ଯାଇଛି । ଦୁଇଫାଳ ହୋଇଯାଇଛି ରାସ୍ତା । ଫଳରେ ସେହି ରାସ୍ତା ଦେଇ ଯାତାୟତ ସମ୍ପୂର୍ଣ୍ଣ ଠପ ହୋଇଛି । ଚଢ଼େଇମରାଠାରୁ ଆଉଳି ଓ ନୂଆପଡାକୁ ଯାଇଥିବା ପିଡବ୍ଲୁଡ଼ି ରାସ୍ତା ଓ ଜମଜୁରିଆ ନାଳ ଉପରେ ଥିବା ପୋଲଟି ସମ୍ପୂର୍ଣ୍ଣ ଧୋଇ ଯାଇଛି । ଏହି ରାସ୍ତା ଦେଇ ଚଢ଼େଇମରା ଓ ନୂଆପଡା ଆଦି ଦୁଇଟି ପଞ୍ଚାୟତର ଲୋକେ ନିର୍ଭର କରୁଥିଲେ । ଯାତାୟତ ଠପ ହୋଇପଡିବାରୁ ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଦେବଗଡ଼ରୁ ସରୋଜ ଶତପଥି, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.