କାହିଁକି ଛାଡିଲେ ହାତ ? ଇଟିଭି ଭାରତରେ ମୁହଁ ଖୋଲିଲେ ପୂର୍ବତନ କଂଗ୍ରେସ ନେତା ଶରତ ବେହୁରା

By

Published : Feb 9, 2022, 10:36 AM IST

thumbnail

କେନ୍ଦ୍ରପଡା: ଚାଲିଛି ଦଳଡିଆଁ ପର୍ବ । ତୁଟୁଛି ବର୍ଷ ବର୍ଷର ସମ୍ପର୍କ । ଗତ ଦୁଇଦିନ ତଳେ କେନ୍ଦ୍ରାପଡ଼ା ପୌରାଞ୍ଚଳର ଶତାଧିକ କଂଗ୍ରେସ କର୍ମୀ ଓ କାଉନସିଲର ବିଜେଡିରେ ମିଶିଛନ୍ତି । ଏହା ଭିତରେ ଦୀର୍ଘ ୪୧ବର୍ଷ ଧରି କଂଗ୍ରେସ ସହ ଥିବା ସମ୍ପର୍କରେ ଯବନିକା ଟାଣିଛନ୍ତି ପୂର୍ବତନ କେନ୍ଦ୍ରାପଡା ପୌର ପରିଷଦ ତଥା କଂଗ୍ରେସର ପୂର୍ବତନ ଜିଲ୍ଲା ଉପସଭାପତି ଶରତ ବେହୁରା । ବିଜେଡିର ଯୋଗ ଦେବା ପରେ ଶରତଙ୍କ ପ୍ରତିକ୍ରିୟାକୁ ନେଇ ଏବେ କେନ୍ଦ୍ରାପଡ଼ା ଜିଲ୍ଲା ରାଜନୀତି ପାଣିପାଗ ସରଗରମ ହୋଇ ଉଠିଛି। କଂଗ୍ରେସ ଦଳର ଗୋଡଟଣା ନୀତି ସହ ଆଚ୍ଚରଣ ଏବଂ ଉଚ୍ଚାରଣରେ ପ୍ରଭେଦ ଥିବା କଂଗ୍ରେସ ଦଳ ସାଧାରଣ ଲୋକଙ୍କ ଠାରୁ ବହୁ ଦୂରରେ ଥିବା ଅଭିଯୋଗ କରିଛନ୍ତି ଶରତ ବେହୁରା । ବିଜେଡି ଦଳରେ ମିଶିବା ପରେ ତାଙ୍କର କଣ ରହିବ ରାଜନୈତିକ କାର୍ଯ୍ୟପନ୍ଥା ଓ ଭବିଷ୍ୟତ ସେନେଇ ଅଧିକ ଆଲୋଚନା କରିଛନ୍ତି ଆମ କେନ୍ଦ୍ରାପଡ଼ା ପ୍ରତିନିଧି। କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି,ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.