ମହାକାଳେଶ୍ବରଙ୍କ ଶରଣରେ ଜାହ୍ନବୀ କପୁର, ରୁମର୍‌ ବୟଫ୍ରେଣ୍ଡ ଶିଖର ପହରିଆଙ୍କ ସହ କଲେ ପୂଜାର୍ଚ୍ଚନା

By ETV Bharat Odisha Team

Published : Dec 4, 2023, 2:03 PM IST

thumbnail

ଉଜୈନ (ମଧ୍ୟପ୍ରଦେଶ): ବଲିଉଡ ଅଭିନେତ୍ରୀ ଜାହ୍ନବୀ କପୁର ସୋମବାର ମଧ୍ୟପ୍ରଦେଶ ଉଜୈନର ମହାକାଳେଶ୍ୱର ମନ୍ଦିର ପରିଦର୍ଶନ କରିଛନ୍ତି । ରୁମର ବୟଫ୍ରେଣ୍ଡ ଶିଖର ପହରିଆଙ୍କ ସହ ସେ ମନ୍ଦିର ପହଞ୍ଚି ବାବାଙ୍କ ଦର୍ଶନ କରିଛନ୍ତି । ଏହି ଲଭବାର୍ଡ ଭସ୍ମ ଆଳତୀ ଅଂଶଗ୍ରହଣ କରି ବାବାଙ୍କ ସ୍ୱତନ୍ତ୍ର ପୂଜା ରୀତିନୀତି କରିଥିଲେ । ଏହି ସମୟରେ ଜାହ୍ନବୀ ପିଙ୍କ ରଙ୍ଗର ଶାଢୀ ସହ ପାରମ୍ପରିକ ଲୁକରେ ନଜର ଆସିଥିବା ବେଳେ ଶିଖର ଏକ ହ୍ବାଇଟ କୁର୍ତ୍ତା ପିନ୍ଧିଥିବାର ନଜର ଆସିଥିଲେ । ଜଣେ ମନ୍ଦିର ପୁରୋହିତ ବାବା ମହାକାଳଙ୍କ ଫଟୋ ଉପହାର ଦେଇ ତାଙ୍କୁ ଆଶୀର୍ବାଦ ପ୍ରଦାନ କରିଥିଲେ ।  

ତେବେ ଯଦିଓ ଜାହ୍ବବୀ ଏବଂ ଶିଖର ଅନେକ ଥର ଏକାଠି ନଜର ଆସିଛନ୍ତି । ହେଲେ କିନ୍ତୁ ଉଭୟଙ୍କ ମଧ୍ୟରୁ କେହି ମଧ୍ୟ ସେମାନଙ୍କ ସମ୍ପର୍କକୁ ନିଶ୍ଚିତ କରିନାହାଁନ୍ତି । ଜାହ୍ନବୀଙ୍କ ୱାର୍କପ୍ରଣ୍ଟ କଥା କହିବାକୁ ଗଲେ, ସେ ଖୁବ୍ ଶୀଘ୍ର ଅଭିନେତା ରାଜକୁମାର ରାଓଙ୍କ ସହ କ୍ରୀଡା ଡ୍ରାମା ଚଳଚ୍ଚିତ୍ର ମିସ ଆଣ୍ଡ ମିସେସ୍ ମାହିରେ ନଜର ଆସିବେ । ଶରଣ ଶର୍ମାଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରରେ ଜାହ୍ବବୀ ଏବଂ ରାଜକୁମାରଙ୍କ ଚରିତ୍ର ଏକ ବିବାହିତ ଦମ୍ପତି ଭାବରେ ଦେଖିବାକୁ ମିଳିବ । ଏଥିସହ ଜାହ୍ନବୀ ପାନ-ଇଣ୍ଡିଆ ଚଳଚ୍ଚିତ୍ର ଦେବରାରେ ମଧ୍ୟ ଅଭିନୟ  କରିଛନ୍ତି । ଏହି ଫିଲ୍ମରେ ସେ ଜୁନିଅର ଏନଟିଆର ଏବଂ ସୈଫ ଅଲି ଖାନ ମଧ୍ୟ ନଜର ଆସିବେ । ତେବେ ଜାହ୍ନବୀ ଏବଂ ସୈଫ ଉଭୟ ଏହି ଫିଲ୍ମ ସହ ସେ ସାଉଥରେ ଡେବ୍ୟୁ କରିବା ସହ ପ୍ରଥମ ଥର ପାଇଁ ଏନଟିଆରଙ୍କ ସହ ସ୍କ୍ରିନ ସେୟାର କରିବାକୁ ଯାଉଛନ୍ତି । 

ଏହା ମଧ୍ୟ ପଢନ୍ତୁ: ବୟଫ୍ରେଣ୍ଡଙ୍କ ସହ ଭାକେସନରେ ଗଲେ ଜାହ୍ନବୀ, ଭାଇରାଲ ହେଲା ଲଭବାର୍ଡଙ୍କ ଭିଡିଓ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.