IPL 2023: ଜୋ ରୁଟଙ୍କୁ ଡ୍ୟାନ୍ସ ଶିଖାଇଲେ ଚହଲ, ଭିଡିଓ ଭାଇରାଲ

By

Published : Apr 7, 2023, 10:43 PM IST

thumbnail

ହାଇଦ୍ରାବାଦ: ଜାରି ରହିଛି ଆଇପିଏଲ ୨୦୨୩ର ମହାସମର । ଟ୍ରଫି ହାତେଇବା ପାଇଁ ମୈଦାନରେ ଲଢ଼େଇ କରୁଛନ୍ତି ୧୦ ଫ୍ରାଞ୍ଚାଇଜି । ତେବେ ଏହାରି ଭିତରେ କ୍ରିକେଟର ମାନଙ୍କର ମନୋରଞ୍ଜନ କରିବାର ଦୃଶ୍ୟ ମଧ୍ୟ ଅନେକ ସମୟରେ ଭାଇରାଲ ହୋଇଥାଏ । ରାଜସ୍ଥାନ ରୟାଲ୍ସର ସ୍ପିନର ୟୁଜବେନ୍ଦ୍ର ଚହଲ ନିଜର କୌତୁକିଆ ଆଚରଣ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । ଏପରିକି ସେ ଇନଷ୍ଟାଗ୍ରାମରେ ଅନେକ ସମୟରେ ରିଲ କରି ପୋଷ୍ଟ ମଧ୍ୟ କରିଥାନ୍ତି । ଏବେ ସେହିଭଳି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ତେବେ ଏଥିରେ କେବଳ ଚହଲ ନୁହନ୍ତି, ରାଜସ୍ଥାନ ରୟାଲ୍ସର ଷ୍ଟାର ବ୍ୟାଟର ତଥା ଇଂଲଣ୍ଡ କ୍ରିକେଟର ଜୋ ରୁଟ ମଧ୍ୟ ଚହଲଙ୍କ ସହ ଏକ ହିନ୍ଦି ଗୀତରେ ନାଚୁଥିବାର ଦେଖିବାକୁ ମିଳିଛି । ରୁଟ ପ୍ରଥମେ ଡ୍ୟାନ୍ସର ଷ୍ଟେପ ଭୁଲିଯାଉଥିବା ବେଳେ ତାଙ୍କୁ ଚହଲ ଶିଖାଇ ଦେଉଥିବାର ମଧ୍ୟ ଦେଖିବାକୁ ମିଳିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.