ବ୍ୟାଙ୍କରେ ଅର୍ଥ ହେରଫେର ଘଟଣାରେ ଜିଲ୍ଲାପାଳଙ୍କୁ ଭେଟିଲେ ଜମାକାରୀ

By

Published : Mar 30, 2022, 5:17 PM IST

Updated : Feb 3, 2023, 8:21 PM IST

thumbnail

ଖୋର୍ଦ୍ଧା: ଜିଲ୍ଲା ରାଉତପଡା କେନ୍ଦ୍ର ସମବାୟ ବ୍ୟାଙ୍କରେ ଆର୍ଥିକ ହେରଫେର ମାମଲାରେ ଜିଲ୍ଲାପାଳଙ୍କୁ ଭେଟିଲେ ଜମାକାରୀ । ଜମାକାରୀଙ୍କ ଟଙ୍କା ଫେରସ୍ତ ଗ୍ୟାରେଣ୍ଟି, କେତେ ଜମାକାରୀଙ୍କ କେତେ ଟଙ୍କା ହେରଫେର ହୋଇଛି ତାହାର ବିବରଣୀ ତାହାର ବିବରଣୀ ଦାବି ହୋଇଛି । ତା ସହିତ ଏହି ଘଟଣାର ତଦନ୍ତ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା(EOW) ଦ୍ୱାରା ତଦନ୍ତ କରାଇବାକୁ ଦାବି ହୋଇଛି । ଅର୍ଥ ହେରଫେର ମାମଲାରେ ଯେଉଁମାନେ ସମ୍ପୃକ୍ତ ସେମାନଙ୍କ ବିରୁଦ୍ଧରେ ଫୌଜଦାରୀ ମାମଲା ରୁଜୁ କରିବାକୁ ଦାବିପତ୍ର ପ୍ରଦାନ କରିଛନ୍ତି ଜମାକାରୀ । ୫ ଦଫା ଦାବିପତ୍ର ପ୍ରଦାନ ସହ ଘଟଣାକୁ ଗୁରୁତ୍ବର ସହ ନେଇ ୭ ଦିନ ମଧ୍ୟରେ ସମାଧାନ କରାନଗଲେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବାକୁ ଜମାକାରୀ ଚେତାବନୀ ଦେଇଛନ୍ତି । ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

Last Updated : Feb 3, 2023, 8:21 PM IST

TAGGED:

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.