Panchayat Election: ଛତ୍ରପୁର ୨୧ ନମ୍ବର ଜୋନରେ ଜମୁଛି କ୍ୟାମ୍ପେନିଂ

By

Published : Feb 10, 2022, 7:26 AM IST

thumbnail

ବ୍ରହ୍ମପୁର: ରାଜ୍ୟ ସରକାର ରହିଛି ଅନେକ ଯୋଜନା । ହେଲେ ଗଞ୍ଜାମ ଜିଲ୍ଲାର ଛତ୍ରପୁର ବ୍ଳକର ୨୧ ନମ୍ବର ଜିଲ୍ଲା ପରିଷଦ ଜୋନର ବିଭିନ୍ନ ପଞ୍ଚାୟତରେ ରହିଛି ଅନେକ ସମସ୍ୟା । ଏନେଇ ସାଧାରଣ ଲୋକେ ନାହିଁ ନ ଥିବା ସମସ୍ୟା ଭୋଗୁଛନ୍ତି । ସେପଟେ ବିଜେପି ଦଳରୁ ପ୍ରାର୍ଥୀ ହୋଇଥିବା ପ୍ରମିଳା ସେଠୀ କହିଛନ୍ତି ମୋତେ ଭୋଟ ଦିଅ ସମସ୍ତ ସମସ୍ୟାକୁ ସମାଧାନ କରିବାର ପ୍ରତିଶ୍ରୁତି ଦେଉଛନ୍ତି । ୨୧ ନମ୍ବର ଜୋନରେ ବିଜେପି ଦଳରୁ ପ୍ରାର୍ଥୀ ହୋଇଥିବା ପ୍ରମିଳା ସେଠୀ ଗାଁରୁ ଗାଁକୁ ବୁଲି ସାଧାରଣ ଜନତାଙ୍କ ସହ ଆଲୋଚନା କରୁଛନ୍ତି । ଏପରିକି ଅନେକ ଗ୍ରାମରେ ରାସ୍ତାଘାଟ ଠାରୁ ଆରମ୍ଭ କରି ପାନୀୟ ଜଳ ପର୍ଯ୍ୟନ୍ତ ଅନେକ ସମସ୍ୟା ରହିଛି । ପ୍ରାର୍ଥୀ ପ୍ରମିଳା ସେଠୀ ଓ ତାଙ୍କ ସମର୍ଥକଙ୍କ ସହ ଅଧିକ ଆଲୋଚନା କରିଛନ୍ତି ଆମ ବ୍ରହ୍ମପୁର ସମ୍ବାଦଦାତା ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.