Panchayat Poll: ଘରକୁ ଘର ବୁଲି ବିଜେପିର ଭୋଟ ଭିକ୍ଷା

By

Published : Feb 19, 2022, 7:07 AM IST

Updated : Feb 3, 2023, 8:17 PM IST

thumbnail

ପୁରୀ: ତୃତୀୟ ପର୍ଯ୍ୟାୟ ନିର୍ବାଚନ ପ୍ରଚାର ଶେଷ ଦିନରେ ଗାଁକୁ ଗାଁ ବୁଲି ବିଜେପିର ଜୋରଦାର ପ୍ରଚାର । ପଞ୍ଚାୟତ ନିର୍ବାଚନର ତୃତୀୟ ପର୍ଯ୍ୟାୟ ନିର୍ବାଚନ ପ୍ରଚାର ଶେଷ ଦିନରେ ବିଜେପି ପକ୍ଷରୁ ସତ୍ୟବାଦୀ ଅଞ୍ଚଳରେ ଜୋରଦାର କରାଯାଇଛି ପ୍ରଚାର । ସତ୍ୟବାଦୀରେ ବିଜେପି ଯୁବ ନେତା ଓମ ପ୍ରକାସ ମିଶ୍ରଙ୍କ ନେତୃତ୍ୱରେ ପ୍ରଚାର ଶେଷ ଦିନରେ ବିଜେପି ପକ୍ଷରୁ ପ୍ରତି ଗାଁରେ ରାଲି ସମେତ ଘରକୁ ଘର ବୁଲି ପ୍ରାର୍ଥୀ ନିଜ ସପକ୍ଷରେ ପ୍ରଚାର କରିଥିଲେ । ସେହିପରି ପୁରୀ ଜିଲ୍ଲା ସତ୍ୟବାଦୀ ଅଞ୍ଚଳରେ ଫୋନି ବାତ୍ୟାରେ ପୀଡିତ ଲୋକଙ୍କୁ ଏ ପର୍ଯ୍ୟନ୍ତ ସହାୟତା ପାଇ ନ ଥିବା ବେଳେ ବିଭିନ୍ନ ଯୋଜନାରେ ବ୍ୟାପକ ଦୁର୍ନୀତି ଯୋଗୁ ଲୋକେ ବିଜେଡି ଉପରେ ଅସନ୍ତୁଷ୍ଟ ଅଛନ୍ତି । ଏଣୁ ଏଥର ପଞ୍ଚାୟତ ନିର୍ବାଚନରେ ସତ୍ୟବାଦୀ ବ୍ଲକରେ ଥିବା ସମସ୍ତ ଆସନରେ ବିଜେପି ଭଲ କରିବ ବୋଲି କହିଛି ବିଜେପି । ସେହିଭଳି ବିଜେପି ଜିଲ୍ଲା ପରିଷଦ, ସରପଞ୍ଚ, ସମିତି ସଭ୍ୟ ନିର୍ବାଚନ ବେଶ ଭଲ କରିବ । ଆସନ୍ତା 20 ତାରିଖରେ ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ପୁରୀ ଜିଲ୍ଲା ସଦର ଓ ସତ୍ୟବାଦୀ ବ୍ଳକରେ ମତଦାନ ହେବ। ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Last Updated : Feb 3, 2023, 8:17 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.