ପୌର ନିର୍ବାଚନ: ବୌଦ୍ଧରେ ବିଜେଡିର ଧୂଆଁଧାର ପ୍ରଚାର, ମଇଦାନରେ ବିଧାୟକ

By

Published : Mar 19, 2022, 9:19 AM IST

Updated : Feb 3, 2023, 8:20 PM IST

thumbnail

ବୌଦ୍ଧ: ପୌର ନିର୍ବାଚନ ପାଇଁ ସମସ୍ତ ପ୍ରାର୍ଥୀ ମାନେ ଘରକୁ ଘର ଯାଇ କ୍ୟାମ୍ପେନ ଯୋରଦାର କରିଛନ୍ତି । ଆଜି ବାପୁଜୀ ନଗରର ଦୁଇଟି ଓ୍ବାର୍ଡରେ ବିଧାୟକ ପହଞ୍ଚି ମାରାଥନ ପ୍ରଚାର କରିଥିଲେ । ଜିଲ୍ଲାର ଏକମାତ୍ର ପୌରାଞ୍ଚଳରେ କମ୍ପୁଛି ନିର୍ବାଚନ ପ୍ରଚାର । ବୌଦ୍ଧର 10 ଓ 16 ନମ୍ବର ଓ୍ବାର୍ଡ ଯାହାକି ବାପୁଜୀ ନଗର ଭାବରେ ପରିଚିତ ସେଠାରେ ବୌଦ୍ଧ ବିଧାୟକ ପ୍ରଦୀପ କୁମାର ଅମାତ ପହଞ୍ଚି ଦଳୀୟ ପ୍ରାର୍ଥୀଙ୍କ ପାଇଁ ଡୋରଟୁ ଡୋର କ୍ୟାମ୍ପେନ କରିଛନ୍ତି । ତାଙ୍କ ସହିତ ବିଜେଡି ପୌର ଅଧ୍ୟକ୍ଷ ପ୍ରାର୍ଥୀ ମୃତୁଞ୍ଜୟ ମିଶ୍ରଙ୍କ ସହିତ ପୂର୍ବତନ ପୌର ଅଧ୍ୟକ୍ଷ ଦୀପ୍ତିପ୍ରଭା ସ୍ବାଇଁ ଓ ଅନ୍ୟାନ୍ୟ ବରିଷ୍ଠ ବିଜେଡି ନେତା ଭୋଟ ଭିକ୍ଷା କରିଥିଲେ । ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

Last Updated : Feb 3, 2023, 8:20 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.