Union Budget: ଜାଣନ୍ତୁ କ'ଣ ହେଲା ଶସ୍ତା, କାହାକୁ ମିଳିଲା ଗୁରୁତ୍ବ

By

Published : Feb 1, 2022, 9:11 PM IST

thumbnail

ନୂଆଦିଲ୍ଲୀ: 2022-23 ଆର୍ଥିକ ବର୍ଷ ପାଇଁ ଆଜି ବଜେଟ୍ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଦ୍ବିତୀୟ ଥର ପାଇଁ ସଂସଦରେ ଆଗତ ହୋଇଛି ପେପରଲେସ୍ ବଜେଟ୍ । ଅର୍ଥନୀତିକୁ ଟ୍ରାକକୁ ଆଣିବା ପାଇଁ ବଜେଟ୍ ଜୋର୍ ଦେଇଛନ୍ତି ସରକାର । ଫୋକସ୍‌ରେ ରହିଛି କୃଷି ଓ କୃଷକ । ଏଥିରେ ଖାସ୍ କରି ମହିଳା, କୃଷକ, ଦଳିତ ଏବଂ ଯୁବପିଢିଙ୍କ ଉପରେ ଗୁରୁତ୍ବ ଦେଇଛନ୍ତି ସରକାର । ଏଥର ବଜେଟ ଅଟକଳ ରହିଛି ୩୯ ଲକ୍ଷ ୪୫ ହଜାର କୋଟି । କୋଭିଡ ପ୍ରପୀଡିତ ଅର୍ଥନୀତିକୁ ବଳ ଦେବାକୁ ନୂଆ ନୂଆ ଘୋଷଣା କରାଯାଇଛି ବଜେଟ୍ । ୫ ବର୍ଷରେ ମୋଟ ୬୦ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ପାଇଁ ଲକ୍ଷ୍ୟ ରହିଥିବାବେଳେ ପ୍ରଥମ କରି ନିଜର ଡିଜିଟାଲ କରେନ୍ସିଂ ଆଣିବାକୁ ଯାଉଛି ରିଜର୍ଭ ବ୍ୟାଙ୍କ । ଏଥର ବଜେଟ୍ ପରେ ଶସ୍ତା ହେବ କୃଷିଜାତ ଦ୍ରବ୍ୟ । ହୀରା ଗହଣା ସାଙ୍ଗକୁ ଚମଡା ସାମଗ୍ରୀ, କପଡା, ବିଦେଶରୁ ଆସୁଥିବା ମେଡିସିନ, ମୋବାଇଲ ଫୋନ, ଚର୍ଜର ଶସ୍ତା କରିଛନ୍ତି ସରକାର । ହେଲେ ଖାଇବ ତେଲ, ଏଲଇଡି ଲାଇଟ, ମଦ, ବିଦେଶୀ ଛତା ଓ ଷ୍ଟିଲ ସ୍କ୍ରାପ ହେବ ମହଙ୍ଗା ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.