ଉପଜିଲ୍ଲାପାଳଙ୍କ ବିରୋଧରେ ଗର୍ଜିଲେ ଅଙ୍ଗନୱାଡ଼ି କର୍ମୀ ଓ ସହାୟିକା

By

Published : Apr 7, 2022, 2:04 PM IST

Updated : Feb 3, 2023, 8:22 PM IST

thumbnail

ଖୋର୍ଦ୍ଧା: ଗର୍ଜିଲେ ଅଙ୍ଗନୱାଡ଼ି କର୍ମୀ ଓ ସହାୟିକା । ଖୋର୍ଦ୍ଧା ଉପଜିଲ୍ଲାପାଳଙ୍କ ମନମୁଖୀ କାରବାର ଓ ଆକ୍ରୋଶମୂଳକ ଭାବେ ମହିଳା ଅଙ୍ଗବାଡ଼ି କର୍ମୀ ଓ ସହାୟିକାଙ୍କ ବିରୋଧରେ ବିଭାଗୀୟ ପଦକ୍ଷେପ ନେବା ପ୍ରତିବାଦରେ ଆଜି(ଗୁରୁବାର) ଭାରତୀୟ ମଜଦୁର ସଂଘ ଅନୁବନ୍ଧିତ ଅଲ ଓଡ଼ିଶା ଅଙ୍ଗନବାଡ଼ି ଲେଡିଜ ଓ୍ବାର୍କର୍ସ ଆସୋସିଏସନ୍ ପକ୍ଷରୁ ଖୋର୍ଦ୍ଧା ଜିଲ୍ଳାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ସୂଚନା ଅନୁଯାୟୀ କାର୍ଯ୍ୟରେ ଅବହେଳା ଦର୍ଶାଇ ଜଣେ ଅଙ୍ଗନବାଡି କର୍ମୀ ଓ ତିନି ଜଣ ସହାୟିକାଙ୍କୁ ସିଡିପିଓଙ୍କ ପ୍ରରୋଚନାରେ ଉପଜିଲ୍ଲାପାଳ ବିଭାଗୀୟ ପଦକ୍ଷେପ ନେଇଛନ୍ତି । ଏହାର ପ୍ରତିବାଦରେ ଆଜି ସେମାନଙ୍କୁ ପୁନଃ ନିଯୁକ୍ତି ଦାବି କାରି ବିକ୍ଷୋଭ ପ୍ରଦର୍ଶନ କରି ଖୋର୍ଦ୍ଧା ଅତିରିକ୍ତ ଜିଲ୍ଲାପାଳଙ୍କୁ ଦାବିପତ୍ର ଦେଇଛନ୍ତି । ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

Last Updated : Feb 3, 2023, 8:22 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.