ବାଲେଶ୍ଵର ଘରୋଇ ହସ୍ପିଟାଲକୁ ସଫଳତା, ମୁଖ କର୍କଟ ଅସ୍ତ୍ରୋପଚାର ସଫଳ

By

Published : Sep 17, 2022, 9:42 PM IST

Updated : Feb 3, 2023, 8:28 PM IST

thumbnail

କ୍ୟାନସର ବା ମାରାତ୍ମକ କର୍କଟ ଅପରେସନ ପାଇଁ ପୂର୍ବରୁ ରାଜଧାନୀ କିମ୍ବା ରାଜ୍ୟ ବାହାରକୁ ଯିବାକୁ ପଡୁଥିଲା । ମାତ୍ର ଏବେ ବାଲେଶ୍ଵରରେ ଏକ ଘରୋଇ ହସ୍ପିଟାଲରେ ଏହି ସୁବିଧା ମିଳିପାରୁଛି । ଏଥିପାଇଁ ରୋଗୀଙ୍କ ପାଖରେ BSKY କାର୍ଡ ଥିଲେ ସମସ୍ତ ଖର୍ଚ୍ଚ ମାଗଣାରେ ହୋଇପାରୁଛି । କୁରୁଡ଼ା ଠାରେ ଥିବା ଏକ ଘରୋଇ ହସ୍ପିଟାଲରେ ସୋର ଅଞ୍ଚଳରୁ ଜଣେ ମୁଖ କର୍କଟ ରୋଗୀ ଚିକିତ୍ସା ପାଇଁ ଆସିଥିଲେ । ହେଲେ ଉକ୍ତ ହସ୍ପିଟାଲରେ ତାଙ୍କର ଅପରେସନ ହେବାପାଇଁ ଥିବାକୁ ବେଳେ ରୋଗୀ ଜଣଙ୍କ ପ୍ରଥମେ କଟକ ଓ ପରେ ଭୁବନେଶ୍ବର ଯାଇଥିଲେ । ଯନ୍ତ୍ରଣା ଅଧିକ ହେବାରୁ ସେମାନେ ବାଲେଶ୍ଵରର ଏହି ହସ୍ପିଟାଲ ସହ ଯୋଗାଯୋଗ କରିଥିଲେ । ହସ୍ପିଟାଲ କର୍ତ୍ତୃପକ୍ଷ ଏହାକୁ ଗୁରୁତର ସହ ନେଇ ଭୁବନେଶ୍ବରରୁ ଡାକ୍ତର ଆଣି ଅସ୍ତ୍ରୋପଚାର କରାଇଥିଲେ । ଏକ ୫ଜଣିଆ ଡାକ୍ତରୀ ଦଳ ଏଥିପାଇଁ ୬ ଘଣ୍ଟା ପରିଶ୍ରମ କରି ସଫଳ ହୋଇଥିଲେ । ଏହା ଏକ ଚ୍ୟାଲେଞ୍ଜ ଥିବା ବେଳେ ବାଲେଶ୍ଵରରେ ଏମିତି ଅସ୍ତ୍ରୋପଚାର ପ୍ରଥମ । ଯାହାକୁ ନେଇ ସହଯୋଗୀ ଡାକ୍ତର ଓ ହସ୍ପିଟାଲ କର୍ତ୍ତୃପକ୍ଷ ବେଶ ଉତ୍ସାହିତ ଅଛନ୍ତି । ଆଗାମୀ ଦିନରେ ଏମିତି କୌଣସି ଅସ୍ତ୍ରପଚାର ପାଇଁ ବାଲେଶ୍ଵରବାସୀଙ୍କୁ ବାହାରକୁ ଯିବାକୁ ପଡିବନି ବୋଲି କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ଇଟିଭି ଭାରତ, ବାଲେଶ୍ବର

Last Updated : Feb 3, 2023, 8:28 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.