ଓଡିଆରେ ଲେଖା ହେଲା ଆମ ଲଭ ବାଲେଶ୍ବର, ଉଦଘାଟନ କଲେ ପର୍ଯ୍ୟଟନ ମନ୍ତ୍ରୀ

By

Published : Dec 8, 2022, 11:01 PM IST

Updated : Feb 3, 2023, 8:35 PM IST

thumbnail

ବାଲେଶ୍ବର: ବାଲେଶ୍ଵର ସହରର ପୋଲିସ ଲାଇନ ଓଟି ରୋଡ଼ରେ ତିଆରି ହୋଇଥିବା ଆମ ଲଭ ବାଲେଶ୍ଵର ଆଜି ଉଦଘାଟିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ପର୍ଯ୍ୟଟନ ମନ୍ତ୍ରୀ ଅଶ୍ବିନୀ ପାତ୍ର ଯୋଗ ଦେଇ ଏହାକୁ ଉଦଘାଟନ କରିଥିଲେ । ରାଜ୍ୟର ବିଭିନ୍ନ ସହରରେ ଇଂରାଜୀ ଓ ହିନ୍ଦୀରେ ଏମିତି ସେଲ୍ଫି ପଏଣ୍ଟ ସ୍ଥାପନ କରାଯାଉଥିବା ବେଳେ ବାଲେଶ୍ଵର ଫକୀର ମୋହନଙ୍କ ମାଟି ହୋଇଥିବା ଯୋଗୁଁ ଶୁଦ୍ଧ ଓଡ଼ିଆରେ ସ୍ଥାପନା କରାଯାଇଛି । ଏହି ସେଲ୍ଫି ପଏଣ୍ଟ ପାଇଁ 25 ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି । ଏହା ବାଲେଶ୍ଵର ତଥା ଆଖପାଖ ଅଞ୍ଚଳବାସୀଙ୍କ ପାଇଁ ଏକ ଆମୋଦ ପ୍ରମୋଦ ସ୍ଥାନ ହେବ । ଏହି ସ୍ଥାନ ନିଶ୍ଚୟ ଭାବେ ଯୁବପିଢି ତଥା ବିଭିନ୍ନ ବର୍ଗର ଲୋକଙ୍କ ପାଇଁ ମନ ହାଲୁକା କରିବ ବୋଲି କହିଛନ୍ତି ମନ୍ତ୍ରୀ ଅଶ୍ବିନୀ ପାତ୍ର । ସେହିପରି ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ସଦର ବିଧାୟକ ସ୍ବରୂପ ଦାସ, ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ ସିନ୍ଧେ, ପୌରାଧ୍ୟକ୍ଷ ସବିତା ସାହୁ, ପୌର କାର୍ଯ୍ୟନିର୍ବାହୀ ଅଧିକାରୀ କିଶୋର ଚନ୍ଦ୍ର ସ୍ବାଇଁ ପ୍ରମୁଖ ଉପସ୍ଥିତ ଥିଲେ । ଇଟିଭି ଭାରତ, ବାଲେଶ୍ବର

Last Updated : Feb 3, 2023, 8:35 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.