ଦମନ ଦେଖିଲେ କଳାହାଣ୍ଡି ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀ
Published on: Dec 4, 2022, 4:05 PM IST

ଭବାନୀପାଟଣା: ଦୁର୍ଗମ ଅଞ୍ଚଳର ବାସ୍ତବ କାହାଣୀକୁ ନେଇ ପ୍ରସ୍ତୁତ ଓଡ଼ିଆ ଚଳଚ୍ଚିତ୍ର ଦମନ ବର୍ତ୍ତମାନ ଲୋକଙ୍କ ମଧ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି । ମାଲକାନଗିରି ଜିଲ୍ଲାର ଅନ୍ଧକାର ସହ କିଭଳି ସାଧାରଣ ଲୋକଙ୍କ ପାଇଁ ଏକ ଡାକ୍ତର ଲଢ଼ି ଅନ୍ଧବିଶ୍ୱାସ ଦୂର କରିବାକୁ ଚେଷ୍ଟା କରୁଛି ସେହି ସଂଘର୍ଷ କାହାଣୀ ବଖାଣିଛି ଫିଲ୍ମ ଦମନ । ଯାହାକୁ ନେଇ କଳାହାଣ୍ଡି ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ର ପ୍ରତ୍ୟେକ କର୍ମଚାରୀ ଏହି ସଂଘର୍ଷ କାହାଣୀକୁ ଦେଖିଛନ୍ତି । ଚଳଚ୍ଚିତ୍ରକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ପୂର୍ଣ୍ଣ ଟିକସ ମୁକ୍ତ ଘୋଷଣା କରିଵା ପରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ୨୦୦ ସହ କର୍ମଚାରୀ ଦମନ ଚଳଚ୍ଚିତ୍ରକୁ ଦେଖିଥିବା ବେଳେ ଆଉ ଦୁଇ ଦିନ ଧରି ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ପ୍ରତ୍ୟେକଟି କର୍ମଚାରୀ ଫିଲ୍ମ 'ଦମନ' ଦେଖିବେ ବୋଲି ଜିଲ୍ଲା ମୁଖ୍ୟ ଚିକିତ୍ସାଅଧିକାରୀ ସୂଚନା ଦେଇଛନ୍ତି ।
ଇଟିଭି ଭାରତ, କଳାହାଣ୍ଡି
Loading...